STORYMIRROR

Pradeep Kumar Panda

Children

3  

Pradeep Kumar Panda

Children

ଚାଲ ଦେଖିବା ହକି ଖେଳ

ଚାଲ ଦେଖିବା ହକି ଖେଳ

1 min
6.6K


ଚାଲ ବୁଲିଯିବା ରାଜଧାନୀକି

ମନ ଥଣ୍ଡା କରି ଦେଖିବା ହକି

ନାହିଁ ଆଉ କଳାବଜାରୀ ଭୟ

ଯାହାକୁ ଯେତେ ଟିକଟ ବିକ୍ରୟ

ସହର ଦିଶୁଛି ବଢିଆ ବାଗ

ଢାଙ୍କି ହୋଇ ସତେ ବସିଛି ରଙ୍ଗ

ରାସ୍ତାରେ ରଙ୍ଗ, ଗଛରେ ରଙ୍ଗ,

ଘର କାନ୍ଥ ବାଡ, ପାଚେରୀ ରଙ୍ଗ

ସରକାରୀ ବସ୍ ଧାଡିକି ଧାଡି

ଯାତ୍ରୀ ନଥିଲେବି ଯାଆନ୍ତି ମାଡି

ଷ୍ଟାଡିୟମ ଦିଶେ ଭାରି ବଢିଆ

ସଜେଇ ହୋଇଛି ପ୍ରଜାପତିଆ

ଦେଶବିଦେଶର ଯୋଦ୍ଧା ଖେଳାଳି

ବାଜି ଜିତିବାରେ ବଡ଼ କୁଶଳୀ

ବଙ୍କୁଲି ବାଡ଼ିରେ ଖେଳନ୍ତି ପେଣ୍ଡୁ

ପେଣ୍ଡୁ ଧାଏଁ ଯଥା ଗହଳେ ଚଣ୍ଡୁ

ବିଶ୍ଵକପ୍ କରି ଓଡ଼ିଆ ଜାତି

ଦେଶବିଦେଶରେ ଲଭିଛି ଖ୍ୟାତି

ସେ ଖ୍ୟାତି ଲାଗୁଛି ବଡ ସରସ

ଖେଳ ଦେଖି କର ମନ ହରଷ

--- ପ୍ରଦୀପ ପଣ୍ଡା ---


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children