STORYMIRROR

Pradeep Kumar Panda

Others

3  

Pradeep Kumar Panda

Others

ବଳିପ୍ରଥା କଳଙ୍କ

ବଳିପ୍ରଥା କଳଙ୍କ

1 min
4.8K


ମଣିଷ ଭିତରେ ଦେବତ୍ଵ ରହିଛି

ରହିଛି ଅସୁରପଣ,

ଦେବତ୍ଵ ଜାଗିଲେ ବୈକୁଣ୍ଠ ଏ ଧରା

ସୁନ୍ଦର, ସୁସ୍ଥ ଜୀବନ ।୧।

ଦୈତ୍ୟଗୁଣେ ବଶ ହେଲେ ବୁଦ୍ଧିଭ୍ରଂଶ

ପାପ କରିବାକୁ ମନ,

ନରକ ବିହାର ଲାଗେ ହିତକର

ରୁଚେନା ସୁନୀତି, ପୂଣ୍ୟ ।୨।

ଜଗତଜନନୀ, ଠାକୁରାଣୀ କହି

କରୁଛୁ ଦେବୀଙ୍କ ପୂଜା,

ଠାକୁରାଣୀ ସତେ ପଶୁପକ୍ଷୀ ରକ୍ତ,

ମାଉଁସେ ଲଭନ୍ତି ମଜା ?।୩।

ସ୍ଵାର୍ଥାନ୍ଧ ମାନବ ସ୍ଵାର୍ଥ ସାଧନର

ମାଧ୍ୟମ ମଣୁଛି ବଳି,

ଜୀବେଦୟା, ପ୍ରେମ, ଅହିଂସା ନୀତିକୁ

ସଦର୍ପେ ପାଦରେ ଦଳି ।୪।

ସତୀଦାହ, ବାଲ୍ୟବିବାହ କଳଙ୍କ

କେବେଠୁ ଗଲାଣି ହଜି,

ପ୍ରଗତିର ଅଗ୍ର-ସୋପାନେ ଏ ପ୍ରଥା

ତଥାପି ବଞ୍ଚିଛି ଆଜି ।୫।

ମଣିଷ ମର୍ଜିରେ ସଂଘଟିତ ସବୁ

ଦେବଦେବୀଙ୍କର ନାମ,

ଦୂର ହେବ ନିଶ୍ଚେ କଳଙ୍କିତ ପ୍ରଥା

ଜନେ ହେଲେ ସଚେତନ ।୬।

-------/--------/--------/--------

--ପ୍ରଦୀପ କୁମାର ପଣ୍ଡା-----

ଯାଜପୁର ରୋଡ୍

ସାପ୍ତାହିକ ପ୍ରତିଯୋଗିତା ନିମନ୍ତେ


Rate this content
Log in