STORYMIRROR

Pradeep Kumar Panda

Comedy

2  

Pradeep Kumar Panda

Comedy

ଛାଡଖାଇ କରିବା ଆସ

ଛାଡଖାଇ କରିବା ଆସ

1 min
2.2K


ହେଇତ ସରିଲା କାର୍ତ୍ତିକ ମାସ

ଛାଡଖାଇ ମିଶି ପାଳିବା ଆସ

ଗଛ, ପତ୍ର ଗିଳି ଚଳିଲୁ ମାସେ

'ପୂଣ୍ୟ' ରସଗୋଲା ଲଭିବା ଆଶେ

ଆଉ ପାରିବୁନି ଉପ୍ରୋଧ କରି

ମୋଡିବୁ କୁକୁଡ଼ା, ବତକ ଧରି

ବାଟରେ, ଘାଟରେ କାଟିବୁ ଖାସି

ହେଉ ପଛେ କିଲୋ ପାଞ୍ଚଶ' ଅଶୀ

ଅଳପେ ଖୋଜିଲେ ମାଛ ବଜାର

ବେଶି ଭେରାଇଟି, ସାମାନ୍ୟ ଦର

ପରିବା ର ସିନା ଦର ରଗଡ଼ି

ଆଇଁଷ କିଣିବା ଲଗାଇ ଧାଡି

ପାଟିକୁ ସୁଆଦ ଆଇଁଷ ଝୋଳ

ଖେଳୁ ପଛେ ସ୍ଵାସ୍ଥ୍ୟ ସାଙ୍ଗରେ ଖେଳ

ପୂଣ୍ୟ କାର୍ତ୍ତିକ ତ ହେଲାଣି ପାର

କୋଉ ଦେବତାକୁ ଆଉ କି ଡର?

ଖାଇବୁ ବରଷେ ଆଇଁଷ ସୁଖେ

ପୁଣି ପୂଣ୍ୟ ଚିନ୍ତା ଆର କାର୍ତ୍ତିକେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy