STORYMIRROR

Manorama Mohanty

Fantasy

4  

Manorama Mohanty

Fantasy

ବସନ୍ତ ଆସୁଛି

ବସନ୍ତ ଆସୁଛି

1 min
23K


ଶୀତୁଆ ସମୀର ପ୍ରଚଣ୍ଡ ରୌଦ୍ରର

ମଧ୍ୟରେ ବସନ୍ତ ଉଭା

ଉତ୍ତରା ପବନ ବହେ ଥିରି ଥିରି

ଧରଣୀ ଦିଶଇ ଶୋଭା।।


କୋଇଲି କୁଞ୍ଜନ ଜିଣି ନିଏ ମନ

ବଉଳ ବାସ୍ନା ଚହଟେ

ନାନା ଜାତି ପୁଷ୍ପ ପ୍ରଦର୍ଶନୀ ଦେଖ

ଧରଣୀ ରାଣୀଙ୍କ ପୃଷ୍ଠେ।।


ରାଧାକୃଷ୍ଣ ମିଳି ଖେଳୁଥିବେ ଦୋଳି

ଅବିର ହୋଇବେ ଖେଳି

ନବ ପଲ୍ଲବିତ ବୃକ୍ଷ ରାଜି ଦେଖ

ଅଙ୍ଗରେ ସବୁଜ ବୋଳି ।। 


ଚାଷୀ ଭାଇ ମନ ବହୁତ ଉଛନ୍ନ 

ବସନ୍ତେ ଗାଉଛି ଗୀତ 

ମନ୍ଦିର ପ୍ରାଙ୍ଗଣ ଦିଶେ ଶୋଭାବନ

ଫର ଫର ଉଡେ ନେତ ।।


ଋତୁ ରାଜ ଆସେ ମନର ହରଷେ

ହୃଦୟେ ଭରି ସନ୍ତୋଷ 

ସକଳ ପ୍ରାଣୀର ମନେ ପ୍ରେମ ଦାନ

ମେଣ୍ଟାଇବ ଅବଶୋଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy