Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Inspirational

3  

Manorama Mohanty

Inspirational

ବୃଥା ଅହଂକାର

ବୃଥା ଅହଂକାର

1 min
140



ବାଣ ଫୁଟାଇବା 

ରୋଷଣୀ କରିବା 

    ପରମ୍ପରା ନୁହେଁ 

         ଏ ଏକ ଛଇ |

 ବଡ଼ଲୋକି ପଣ 

ଦେଖାଇବା ପାଇଁ 

   ଟଙ୍କା ପୋଡି ମଜା 

        ନେଉଛ ଭାଇ |


କେତେ ବଡ଼ଲୋକ 

 ମନ୍ତ୍ରୀ ରାଜନେତା 

   ସାଦରେ ଆମନ୍ତ୍ରି 

        ଆଣୁଛ ଘରେ |

ନିଜେ କିନ୍ତୁ ତୁମେ 

 କରଜ ବୋଝରେ 

   ସଢୁଅଛ ଦେଖ 

       ଭାବୁନା ଥରେ |


ବିବାହର ପର୍ବେ 

ବାଣ ରୋଷଣୀର 

   ଅପବ୍ୟବହାର 

       କରୁଛ ଆଜି |

ବିଡା ବିଡା ଟଙ୍କା 

ପୋଡି ପକାଉଛ 

    ବୃଥା ଅହଂକାର 

       ଦିଅରେ ତେଜି |


ପଶ୍ଚାତରେ ଥରେ 

ଭାବ ନିରୋଳାରେ 

   ଆତ୍ମ ସନ୍ତୋଷର 

       ମଜା ମଉଜ |

ନିଜ ଟଙ୍କା ଭାବି 

ଯାହା କରୁଅଛ

    ସତରେ ସେ କ'ଣ 

        ତୁମ ଅରଜ?? 


ଆଜି ବି ଚିତ୍କାର 

କେତେ ଯେ କାଙ୍ଗାଳ 

    ଦରିଦ୍ର ବୁଲନ୍ତି 

        ହାତ ପତେଇ |

କେତେ କେତେ ପୁଣି 

ଅକ୍ଷମ ମଣିଷ 

    ଯହିଁ ତହିଁ ଦୁଃଖେ 

        ଅଛନ୍ତି ଶୋଇ |


ଭାବିଛ କି କେବେ 

ହୃଦୟ ଭିତରେ 

    ସେମାନେ ଅଛନ୍ତି 

        କଷ୍ଟରେ କେତେ |

ଦରିଦ୍ରତା ମୁକ୍ତ 

ଓଡିଶା ମାଟିରେ 

    ନିରନ୍ନର ଲୁହ 

      କାହିଁକି ଛୁଟେ?? 

କିଏ କାହିଁ ଦେବ 

ଏହାର ଉତ୍ତର 

    ସଭିଏଁ ତ ଏକା 

        ଲାଉର ମଞ୍ଜି |

ଶାସକ ତ ଏଠି 

ଶୋଷକ ସାଜିଛି 

   ଯେତେ ମିଛ ସବୁ 

       କହୁଛି ଖଞ୍ଜି |




Rate this content
Log in

Similar oriya poem from Inspirational