ବର୍ଷା ରେ ଧରା
ବର୍ଷା ରେ ଧରା
ତପନେ ତାପିତ ବିଦଗ୍ଧ ଅବନୀ
ବିଦଗ୍ଧେ ଦଗ୍ଧିତ ତ୍ରାସେ
ବର୍ଣ୍ଣୋତ୍ସବେ ପ୍ରଭାସିତ ଘନ ନଭ
ସପ୍ତରଂଗୀ ଆଭା ଉତ୍ସେ
ପଲ୍ଲବିତ ପର୍ଣେ ଶ୍ୟାମଳିମା ମହୀ
ସୌନ୍ଦର୍ଯ୍ୟ କୁସୁମ ହାସେ।।
ମେଘ ମନ୍ଦ୍ରନଭେ ଚମକେ ଚପଳା
ପ୍ଲାବିତ ତଟିନୀ ହର୍ଷେ।।
କାନନେ କୁଂଜରେ ମଧୁଗୁଂଜରଣ
ସୁମନ ସୁରଭି ବାସେ
ପିୟୂଷ ପ୍ଲାବନେ ପ୍ଲାବିତ ଧରଣୀ
ମେଘ ମହ୍ଲାର ରସେ।।
ସପ୍ତସୁରେ କେକୀ ତୋଳେତା ରାଗିଣୀ
ନୀଳଶିଖରୀ ର ଚୂଳେ
ମଣ୍ଡିତ ଏ ଧରା ନାନାବିଧ ରଂଗେ
ତଡାଗେ ବାରିଜ ଖେଳେ।।