STORYMIRROR

Sudeshna Panda

Abstract

4  

Sudeshna Panda

Abstract

ବର୍ଷା ରେ ଧରା

ବର୍ଷା ରେ ଧରା

1 min
288


ତପନେ ତାପିତ ବିଦଗ୍ଧ ଅବନୀ

ବିଦଗ୍ଧେ ଦଗ୍ଧିତ ତ୍ରାସେ

ବର୍ଣ୍ଣୋତ୍ସବେ ପ୍ରଭାସିତ ଘନ ନଭ

ସପ୍ତରଂଗୀ ଆଭା ଉତ୍ସେ

ପଲ୍ଲବିତ ପର୍ଣେ ଶ୍ୟାମଳିମା ମହୀ

ସୌନ୍ଦର୍ଯ୍ୟ କୁସୁମ ହାସେ।। 

ମେଘ ମନ୍ଦ୍ରନଭେ ଚମକେ ଚପଳା

ପ୍ଲାବିତ ତଟିନୀ ହର୍ଷେ।। 

କାନନେ କୁଂଜରେ ମଧୁଗୁଂଜରଣ

ସୁମନ ସୁରଭି ବାସେ

ପିୟୂଷ ପ୍ଲାବନେ ପ୍ଲାବିତ ଧରଣୀ

ମେଘ ମହ୍ଲାର ରସେ।। 

ସପ୍ତସୁରେ କେକୀ ତୋଳେତା ରାଗିଣୀ

ନୀଳଶିଖରୀ ର ଚୂଳେ

ମଣ୍ଡିତ ଏ ଧରା ନାନାବିଧ ରଂଗେ

ତଡାଗେ ବାରିଜ ଖେଳେ।। 



Rate this content
Log in

Similar oriya poem from Abstract