STORYMIRROR

Sovan Mohanty

Inspirational Children

4  

Sovan Mohanty

Inspirational Children

ବୃକ୍ଷ

ବୃକ୍ଷ

1 min
390

ଶୀତଳ ଛାଯା ଯିଏ ଦିଏ

ପ୍ରବଳ ସନ୍ତୋଷ ଜଗାଏ

ଜୀବମାନଙ୍କ ଦେବତା 

ସିଏ ତ ଆମ ବୃକ୍ଷ ଲତା ।


କଷ୍ଟ ପାଏ ବାଟୋଇ ଯେବେ

ରକ୍ଷା ତ କରେ ବୃକ୍ଷ ସେବେ

ବୃକ୍ଷର କରୁଣା ଅପାର

ଧନ୍ୟ ଜୀବନ ହେବ ତାର ।


ନିଦାଘ ରବି ତେଜ ପାଇଁ

ବାଟୋଇ ହୁଏ କଇଁ କଇଁ

ଯେତେ କଷ୍ଟ କରୁ ପଛକେ

ବୃକ୍ଷ ଛାଯ ଦିଏ ପ୍ରାଣକେନ୍ଦ୍ର ।


ଖାଦ୍ୟ, ପତ୍ର ଓ କାଠ ଦିଏ 

ମାଧବ ତାର ଗୁଣ ଗାନ

ହରିଙ୍କର ଇଏ କି ସୃଷ୍ଟି

ଜଗତରେ ଯେ କରେ ବୃଷ୍ଟି ।


ନିମ୍ବ, ଆମ୍ବ ଓ ବର ଗଛ

ସମସ୍ତଙ୍କୁ ପକାନ୍ତି ପଛ

ଗୋଲାପ, କଦମ୍ବ, ସେବତୀ

ଘରକୁ ମହକାଇଥାନ୍ତି ।


ଅମ୍ଳଜାନ ଆମକୁ ଦିଏ

ତା ବିହୁନେ ମନୁଷ୍ଯ ମରେ

ପ୍ରାଣର ସେ ହେଉଛି ଘର 

ପ୍ରଭୁ ରକ୍ଷା କରନ୍ତି ତାର ।


ଗଛ କଟାରେ ପ୍ରାଣ ହାନି

କାରଣ ମନୁଷ୍ଯ ହି ଜାଣି

କିନ୍ତୁ ମଧ୍ଯ ବୃକ୍ଷ ସେ କାଟେ

ପରିଣତି ଜାଣଇ ପଛେ ।


ମନୁଷ୍ଯ ରକ୍ଷା କରେ ଯିଏ

ପ୍ରକୃତି ତାକୁ ଗଛ ଡାକେ

ହରିଙ୍କର ଇଏ କି ସୃଷ୍ଟି

ମହାନ ହେଉଛି ତା ଦୃଷ୍ଟି ।


ବୃକ୍ଷ ସହ ମନୁଷ୍ଯ ବଞ୍ଚେ

ପ୍ରକୃତିର ଯେ ସେବା କରେ

ବୃକ୍ଷ ବହୁଳ କଷ୍ଟ ନାଶ

ବୃକ୍ଷ ବିହୁନେ ସର୍ବନାଶ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sovan Mohanty

ବୃକ୍ଷ

ବୃକ୍ଷ

1 min ପଢ଼ନ୍ତୁ

Similar oriya poem from Inspirational