ବୃକ୍ଷ
ବୃକ୍ଷ
ଶୀତଳ ଛାଯା ଯିଏ ଦିଏ
ପ୍ରବଳ ସନ୍ତୋଷ ଜଗାଏ
ଜୀବମାନଙ୍କ ଦେବତା
ସିଏ ତ ଆମ ବୃକ୍ଷ ଲତା ।
କଷ୍ଟ ପାଏ ବାଟୋଇ ଯେବେ
ରକ୍ଷା ତ କରେ ବୃକ୍ଷ ସେବେ
ବୃକ୍ଷର କରୁଣା ଅପାର
ଧନ୍ୟ ଜୀବନ ହେବ ତାର ।
ନିଦାଘ ରବି ତେଜ ପାଇଁ
ବାଟୋଇ ହୁଏ କଇଁ କଇଁ
ଯେତେ କଷ୍ଟ କରୁ ପଛକେ
ବୃକ୍ଷ ଛାଯ ଦିଏ ପ୍ରାଣକେନ୍ଦ୍ର ।
ଖାଦ୍ୟ, ପତ୍ର ଓ କାଠ ଦିଏ
ମାଧବ ତାର ଗୁଣ ଗାନ
ହରିଙ୍କର ଇଏ କି ସୃଷ୍ଟି
ଜଗତରେ ଯେ କରେ ବୃଷ୍ଟି ।
ନିମ୍ବ, ଆମ୍ବ ଓ ବର ଗଛ
ସମସ୍ତଙ୍କୁ ପକାନ୍ତି ପଛ
ଗୋଲାପ, କଦମ୍ବ, ସେବତୀ
ଘରକୁ ମହକାଇଥାନ୍ତି ।
ଅମ୍ଳଜାନ ଆମକୁ ଦିଏ
ତା ବିହୁନେ ମନୁଷ୍ଯ ମରେ
ପ୍ରାଣର ସେ ହେଉଛି ଘର
ପ୍ରଭୁ ରକ୍ଷା କରନ୍ତି ତାର ।
ଗଛ କଟାରେ ପ୍ରାଣ ହାନି
କାରଣ ମନୁଷ୍ଯ ହି ଜାଣି
କିନ୍ତୁ ମଧ୍ଯ ବୃକ୍ଷ ସେ କାଟେ
ପରିଣତି ଜାଣଇ ପଛେ ।
ମନୁଷ୍ଯ ରକ୍ଷା କରେ ଯିଏ
ପ୍ରକୃତି ତାକୁ ଗଛ ଡାକେ
ହରିଙ୍କର ଇଏ କି ସୃଷ୍ଟି
ମହାନ ହେଉଛି ତା ଦୃଷ୍ଟି ।
ବୃକ୍ଷ ସହ ମନୁଷ୍ଯ ବଞ୍ଚେ
ପ୍ରକୃତିର ଯେ ସେବା କରେ
ବୃକ୍ଷ ବହୁଳ କଷ୍ଟ ନାଶ
ବୃକ୍ଷ ବିହୁନେ ସର୍ବନାଶ।
