ବୋଉ
ବୋଉ
ବୋଉ ତୋ ମୁହଁକୁ ଦେଖିଦେଲେ ଥରେ
ଅଶୁଭ ହୁଅଇ ଶୁଭ,
ଏ ସାରା ଜଗତେ ଆମ ବୋଉ ପରି
କହ ଆଉ କିଏ ହବ ।
ତୋର କଥା ମାନି ବାଟ ଚାଲୁଥିଲେ
କଣ୍ଟାବି ହୁଅଇ ଫୁଲ,
ତୋ ସ୍ନେହ ମମତା ତୋ ଗେହ୍ଲା ଆଦର
କିଏ ବା କରିବ ମୂଲ ।
ଆଜି ଶୁଭ ଦିନେ ଅଳି ମୋର ପ୍ରଭୁ
ତୁମ ଶ୍ରୀଚରଣ ତଳେ,
ଯୁଗେଯୁଗେ ମୁହିଁ ଜନମୁ ଥିବି ମୋ
ସ୍ନେହମୟୀ ବୋଉ କୋଳେ ।
