ବର୍ଷା
ବର୍ଷା
1 min
254
ଅମାନିଆ ବର୍ଷା ଭାରି ଜିଦି କରେ
ଅବେଳାରେ ଲୁହପରିି ଟପ୍ ଟପ୍ ଝରେ।
ଗୁୁୁୁମସୁମ୍ ରହେ କେବେ ବାଦଲ ଭିତରେ
ରିିିିମଝିମ୍ ଝରେ କେବେ ପାହାଡ଼ ଉପରେ।
ଦୁୁୁୁମଦୁମ୍ ନାଚେ କେବେ ଲିିିିପା ଅଗଣାରେ
ଟୁପଟୁପ୍ ଝରେ କେବେ ନୁୁଆଁଣି ଚାଳରେ।
ଝିଲଝିଲ୍ ହୁଏ କେବେ ସବୁଜ ପତ୍ରରେ
ଖିଲଖିଲ୍ ହସେ କେବେ ଫୁୁୁଲ ପାଖୁଡାରେ।
ଦୁୁୁୁଲଦୁଲ୍ ଝୁୁୁଲେ କେବେ ଝଡ଼ବତାସରେ
ଗୁଲଗୁଲ୍ କଥା କହେ ଭିଜିିିିଲା ଓଠରେ।
ବର୍ଷା ତ ବରଷି ଥାଏ ଆପଣା ଇଚ୍ଛାରେ
ସେ ବରଷାରେ ଭିଜୁ ଆମେ ନିଜସ୍ଵ ଢଙ୍ଗରେ।
