STORYMIRROR

Soubhagya Ranjan Acharya

Others

3  

Soubhagya Ranjan Acharya

Others

ବର୍ଷା

ବର୍ଷା

1 min
259

        ଅମାନିଆ ବର୍ଷା ଭାରି ଜିଦି କରେ

        ଅବେଳାରେ ଲୁହପରିି ଟପ୍ ଟପ୍ ଝରେ। 

       ଗୁୁୁୁମସୁମ୍ ରହେ କେବେ ବାଦଲ ଭିତରେ 

       ରିିିିମଝିମ୍ ଝରେ କେବେ ପାହାଡ଼ ଉପରେ। 

       ଦୁୁୁୁମଦୁମ୍ ନାଚେ କେବେ ଲିିିିପା ଅଗଣାରେ 

       ଟୁପଟୁପ୍ ଝରେ କେବେ ନୁୁଆଁଣି ଚାଳରେ। 

       ଝିଲଝିଲ୍ ହୁଏ କେବେ ସବୁଜ ପତ୍ରରେ 

       ଖିଲଖିଲ୍ ହସେ କେବେ ଫୁୁୁଲ ପାଖୁଡାରେ। 

       ଦୁୁୁୁଲଦୁଲ୍ ଝୁୁୁଲେ କେବେ ଝଡ଼ବତାସରେ 

       ଗୁଲଗୁଲ୍ କଥା କହେ ଭିଜିିିିଲା ଓଠରେ। 

       ବର୍ଷା ତ ବରଷି ଥାଏ ଆପଣା ଇଚ୍ଛାରେ 

       ସେ ବରଷାରେ ଭିଜୁ ଆମେ ନିଜସ୍ଵ ଢଙ୍ଗରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Soubhagya Ranjan Acharya

ବୋଉ

ବୋଉ

1 min ପଢ଼ନ୍ତୁ

ବର୍ଷା

ବର୍ଷା

1 min ପଢ଼ନ୍ତୁ