STORYMIRROR

Kulamani Sarangi

Comedy Fantasy

3  

Kulamani Sarangi

Comedy Fantasy

ବନ୍ଦିନୀ

ବନ୍ଦିନୀ

1 min
306

ଭଜୁଛି ମୁଁ ରାମ ନାମ ହେ ସୁଜନେ,

ଜପୁଛି ମୁଁ କୃଷ୍ଣ ନାମ,

ଭୋକ ଉପାସରେ ତାଲା ଦିଆ ଘରେ

ବିତିଲାଣି ଦଶଦିନ।।


ସତେ ଯମ ରାଜ ପହଞ୍ଚିବେ ଆଜ,

ଅପେକ୍ଷାରେ ଅଛି ରହି,

ଚାରିଦିନ ଧରି ଦାନାପାଣି ଟୋପେ

ପେଟରେ ମୋ ପଡ଼ିନାହିଁ।।


ବାହାରେ ପଡିଚି ଆଲିଗଡ ତାଲା,

ବନ୍ଦିନୀ ମୁଁ ନିଜ ଘରେ,

ପୁଅ ବୋହୂ ମୋର ଯାଇଛନ୍ତି କାହିଁ

ଦୂର ବିଦେଶ ଗସ୍ତରେ।।


ଦୁଇ ଦିନ ଖାଇ ପଖାଳ ଆମ୍ବୁଲ,

ମେଣ୍ଟାଇଲି ପେଟ ଭୋକ,

ଆଉ ଦୁଇଦିନ ଶୁଖିଲା ମୁଢ଼ିରେ

ପିଇଲି ପାଣି ଦି ଢୋକ।।


ରୋଷେଇ ପାଇଁକି ନାହିଁଟି ଗ୍ୟାଆସ

ଅବା ଘରେ କାଠ ଚୁଲି,

ପଞ୍ଚମ ଦିନରେ ଛାତ ଉପରର

ପାଣି ଟାଙ୍କି ହେଲା ଖାଲି।।


ତହୁଁ ତିନିଦିନ କଞ୍ଚା ଚାଉଳରେ

ଲୁଣ ଦେଇ ଚୋବାଇଲି,

ସତୁରୀ ବର୍ଷର ବୁଢ଼ୀ ମୁଁ ତା ଖାଇ

ଦିନରାତି ଛେରିହେଲି।।


ସହଜେ ଟୋପାଏ ପାଣି ନାହିଁ ଘରେ

ସଉଚ ହେବି କେମନ୍ତେ,

ଦୂର୍ଗନ୍ଧରେ ଘର ଫାଟି ପଡୁଅଛି

ପ୍ରାଣ ମୋର କଣ୍ଠାଗ୍ରତେ।।


ଗାଁରୁ ବାହାର ଏକୁଟିଆ ଘର

କିଏବା ଶୁଣିବ କାହିଁ,

କଣ୍ଠଫଟା ଯେତେ ଉଚ୍ଚରେ ଡାକୁଛି

ପବନେ ଯାଏ ମିଳେଇ।।


କେତେ ଓଷା କରି ପୁଅ ପାଇଥିଲି

ନର୍କରୁ କାଢ଼ିବ ବୋଲି,

ନର୍କରେ ପକେଇ ମାଇପ ସହିତେ

ପୋଡ଼ା ମୁହାଁ ଗଲା ଚାଲି।।


ଆଣ୍ଠୁକୁଡୀ କରି ଥାଆନ୍ତ ହେ ହରି

କିଆଁ ଦେଲ କୁଳାଙ୍ଗାର,

କେଉଁ ଠାରେ ଅଛ ହେ ଯମ ଦେବତା

ଘେନିଯାଅ ପ୍ରାଣ ମୋର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy