Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Himansu Achary

Inspirational

2  

Himansu Achary

Inspirational

ବନ୍ଧୁ

ବନ୍ଧୁ

1 min
6.7K


ଏମ୍. ହିମାଂଶୁ ଆଚାରୀ

କେମିତି ଏ ଭାବ କେମିତି ବନ୍ଧନ ହୃଦୟର ପରିଭାଷା

ମନଗହନର ଗହଳି ଭିତରେ ଖୋଜୁଥାଏ ଟିକେ ଆଶା,

ଜାତି ଧର୍ମ ବର୍ଣ୍ଣ ଭେଦଭାବ ଠାରୁ ଆକାଶେ ଉଚ୍ଚରେ ଥାଏ

ସଂପର୍କ ସେତୁର ସୁନା ଛାଉଣିରେ ସୁଖର ସ୍ତମ୍ଭଟିଏ !

ଶୀତ ସଂଜର ଶୀତଳତା ପରି ଘନ କୁହୁଡିର ହସ,

ହୃଦୟ ଦ୍ଵୟର ମିଳନ ସ୍ଥଳରେ ସତେ ଅବା ପ୍ରେମ ଶୋଷ

ଅଳି ଅଝଟର ଅମୃତ ବେଳାରେ ଉଇଁଛି ଅନେକ ମାନ,

ବିଶ୍ଵାସର ସେଇ ବନ୍ଧନୀ ଭିତରେ ଲୁଚୁଥାଏ ଅଭିମାନ !

ମଧୁର ଇଛାର ମହୋଦଧିରେ ତ ଖେଳୁଥାଏ ନିତି ଢେଉ

ପ୍ରାପ୍ତି ଅପ୍ରାପ୍ତିର ଗଣିତ କଷାରେ ଭାଗଶେଷଟିଏ ଥାଉ,

ଲୁହର ନଈଟି କେବେ ବି ନଛୁଉଁ ସଂପର୍କର ଦ୍ବାର ଦେଶେ

ଭଲ ପାଇବାର ଭାଲେରି ପାହାଡ ଦିଶୁ ସଦା ମନ ପାଶେ !

ବନ୍ଧନର ଏଇ ବନ୍ଦିଶାଳାରେ ବାନ୍ଧି ରହୁ ବନ୍ଧୁ ଭାବ,

ଜନ୍ମ ଜନ୍ମାନ୍ତରେ ଜୀଉଁ ଏ ଜୀବନ ଘୁଞ୍ଚିଯାଉ ପରାଭବ !

ଶିବାଜୀ ନଗର, ଉମରକୋଟ, ନବରଂଗପୁର ।।


Rate this content
Log in

More oriya poem from Himansu Achary

Similar oriya poem from Inspirational