STORYMIRROR

Himansu Achary

Others

3  

Himansu Achary

Others

ବାପା

ବାପା

1 min
13.3K


ଏମ୍.ହିମାଂଶୁ ଆଚାରୀ



କଠୋର ପଣର କାଉଁରୀ କାଠରେ କଅଁଳିଆ ଦିହ ଖଣ୍ଡେ,

ଅୟୁତ ଇଛାକୁ ଆୟତରେ ରଖି ମାପୁଥାଅ ମାନଦଣ୍ଡେ ।


ଭାବନାର ଯେତେ ଭଗ୍ନାବଶେଷକୁ ଆଖିରେ ସାଇତିଥାଅ,

ଲକ୍ଷେ ସ୍ବପ୍ନର ଲବଙ୍ଗ ଦ୍ବୀପରେ ଲୁହର ସଂଗୀତ ଗାଅ !


ଛାତିର ଦମ୍ଭକୁ ଛାଇ କରି ତୁମେ ଚାଲୁଥାଅ ଚଲା ବାଟ,

ଅଙ୍ଗୁଳି ଧରେଇ ଟାଣିନେଲେ ଲାଗ ସତେ ଅବା ଦେବଦୂତ


ପାଶେଥିଲେ ତମେ ପାହାଚ ଅଲୋଡା ପାହାଡ ଚଢିବାପାଇଁ

ସାହସର ସେଇ ଶକ୍ତ ଆଶ୍ରୟେ ଶୂନ୍ଯ ବୋଲି କିଛି ନାହିଁ


ଦୂର ଦିଗନ୍ତର ଦରୁଆନ୍ ପରି ଦେଖୁଥାଅ ତମେ ଯେବେ

ପୂର୍ବ ପୁରୁଷଙ୍କ ପ୍ରତିବିମ୍ବ ପ୍ରାୟେ ଦିଶୁଥାଅ କେବେ କେବେ


ଉତ୍ତରା ପବନ ହେଇ କେବେ ତୁମେ ବହୁଥାଅ ନିରନ୍ତଳ

ଜହ୍ନରାତି ପରି ଝରିଗଲେ ତମେ ଲୁଚିଯାଏ ଅନ୍ଧକାର !


ଏନ୍ତୁଡିଶାଳରୁ ଅନ୍ତ୍ଯେଷ୍ଟି ପର୍ଯ୍ଯନ୍ତ ତମେ ହିଁ ଏକା ଈଶ୍ବର,

ତମ ବିନା କେବେ କିଏ ସେ ଗଢିଛି ଜୀବନର ବାଲିଘର !


-------0------


■ଶିବାଜୀ ନଗର, ଉମରକୋଟ, ନବରଂଗପୁର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Himansu Achary

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ