STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବିଷାଦ ମାର୍କା ହର୍ଷ

ବିଷାଦ ମାର୍କା ହର୍ଷ

1 min
319


ହାଣ୍ଡିରେ ବସିଛି ପାଣି

ଫୁଟିଲେ ଗବ୍ ଗବ୍

ପଡ଼ିବ ଚାଉଳ କେଇ ମୁଠା

ଭାତ ଗାଳିଦେଲେ ଝୁଣୁଝୁଣିଆ ଅନ୍ନ

ମେଣ୍ଚିବ କ୍ଷୁଧା 

ସମ୍ଭାଳିବ ଜୀବନ ଭଜାଣି 


ସେପଟେ ବାରିମୂଳ ଆଡ଼େ

ଦୁଇ ହଜାର ତେଇଶ କୁନ୍ଥଉଛି

ଦରପୋଡା ଭାଗ୍ୟ ନେଇ

ଶୀତ କାକରରେ ଲହରେହି କାଶୁଛି

ଛିଣ୍ଡୁନି ଶୁଖିଲା ଖଣ୍ଡିକାଶ

ବିଦାୟୀ ଦିନରେ କାହାର କୁ-ଦୃଷ୍ଟି ପଡିଲା କି

ଅସୁସ୍ଥ ଡିସେମ୍ବର 

ଗାଜାରେ ରକେଟ୍ ମାଡ

ୟୂକ୍ରେନରେ ବୋମା ବିସ୍ଫୋରଣ

କେମିତି ବା ଆମନ୍ତ୍ରିବ

ସମ୍ଭାବନାର ନୂଆ ବର୍ଷକୁ 

କରି ଲୁହ ସମ୍ବରଣ ?


ଦାରୁଣ ସମୟ ଦର୍ପଣ ପରି ସୁବେଶ

ଦିନ ମାସ ବର୍ଷ ସରେ

ଅପରିବର୍ତ୍ତିତ ମୁଦ୍ରାରେ

ସୁସଜ୍ଜିତ କରୁଥାଏ ଆଗାମୀ ଉନ୍ମେଷ


ସବୁ ଚିରାଚରିତ 

କେବଳ କାନ୍ଥରେ ଝୁଲୁଥିବା କ୍ୟାଲେଣ୍ଡର ଛଡ଼ା

ସବୁ ଗତାନୁଗତିକ

କେବଳ ଅଭ୍ୟାସଗତ ଧାରାରେ ବର୍ଣ୍ଣିତ ଗଢ଼ା


ଜିରୋ ନାଇଟ୍ ର କଳ୍ପନା 

ନାଗୀନ ନାଚର ତାଳେ ତାଳେ

ଅଧା ନଙ୍ଗୁଳି ନୀଳ ନୟନା

ପଶ୍ଚିମ ସଭ୍ୟତାର ଇନ୍ଦ୍ରଜାଲ 

 ଉଚ୍ଛୁଙ୍ଖଳ ବର୍ଗର ମଉଜ ମସ୍ତିର ମାୟାଜାଲ

ସବୁ ପ୍ରହସନ ସବୁ ନାଟ ତାମସା

ବିଚରା ଗରିବ ଗୁରୁବା ପେଷି ହେଉଛନ୍ତି

କିସ କରି ପାରିବା ।


ଆଜି ବି

ପିତାମାତାଙ୍କ ତପ୍ତ ଅଶ୍ରୁ ଜରାଶ୍ରମ କୋଣେ

ଆପେ ଆପେ ଝରିଯାଏ

ମଦ ବନ୍ୟାରେ ଭାସି ଲକ୍ଷ ଲକ୍ଷ ପରିବାରର

ନିରୀହ ଭବିଷ୍ୟତ ମଭଳି ଯାଏ

କଳାଟଙ୍କାର ପାହାଡ଼ ଉପରେ କୁବେରପୁରୀ

ଆକାଶଛୁଆଁ ନିର୍ମାଣ ହୁଏ

ପାପ ପ୍ରଣୟର ସନ୍ତକ ଅଳିଆଗଦା ବା ବୋରୱେଲରେ ମିଳୁଥାଏ

ଦେହର ଭୋକ - ସୁଖ ମେଣ୍ଟୁଛି

ଗୋରୀ ଚମଡ଼ା ବଜାରରେ ଆପଣାଛାଏଁ

ଶିକ୍ଷିତ ବେକାରୀ ପୁଅର ସ୍ଵପ୍ନ ଧୂଳିସାତ  

ବାଧ୍ୟ ହୋଇ ଦାଦନ ଯାଏ

ବୁଭୁକ୍ଷୁ ଦୈନ୍ୟ ଦରିଦ୍ର ନାରାୟଣ ଆହତ ଅପରାହ୍ନରେ ପେଶି ହୋଇଯାଏ

ଅସରନ୍ତି ଯାଜ୍ଞସେନୀ ବେବିନା ହୁଅନ୍ତି ବିବସନା 

କେଣ୍ଡେଲ ମାର୍ଚ୍ଚ ହେଉଥାଏ ----

ସବୁ ସେହି ପୁରୁଣା ଫର୍ଦ୍ଦର

ପୁନରାବୃତ୍ତି ----

ନୂଆ ବର୍ଷରେ ଯାହା ଖାଲି

ପାଟି ଖୋଲି କହିବାକୁ ହେବ

ହ୍ୟାପି ନିଉ ଇଅର ଆବୃତ୍ତି ।


କ'ଣ କହୁଛ ଆସିବ ନୂଆବର୍ଷ !

ଆସୁ 

କିଛି କରିବାର ନାହିଁ

ମିଛ ଟାରେ ଖାଲି ଖୋଲା ମେଲା

ଖୁଲମ୍ ଖୋଲା ଫମ୍ପା ବିଷାଦ ମାର୍କା ହର୍ଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy