ବିଶ୍ଳେଷଣ
ବିଶ୍ଳେଷଣ
ୠତୁସ୍ନାତା ନାରୀ ପାଇଁ
ରତି କ୍ରୀଡ଼ା ମନା
ଖାସ୍ ସେଇଥି ପାଇଁକି
ସେଦିନ, ଦୁଃଶାସନ
କୁରୁସଭାରେ ପାଞ୍ଚାଳୀକୁ
କଲେ ବିବସନା ?
କେମିତି ଏ ବିଧି,ବିଧାନ,ସଂବିଧାନ
କେଉଁ ନ୍ୟାୟରେ ନୀରବିତ
ପଞ୍ଚ ଭ୍ରାତା ପଣ୍ଡୁଙ୍କ ନନ୍ଦନ ।
ଚାହିଁ ଥିଲେ ପାରିଥାନ୍ତେ କୌରବେ
ରତିକ୍ଳାନ୍ତ କରି
ଅବା ଦାସୀ ପଣେ,
ସଭାର ଅପ୍ସରୀ ।
ନତୁବା;
ଦ୍ରୌପଦୀଙ୍କ ଉନ୍ମୁକ୍ତ ଯୌବନ
ପାରିଥାନ୍ତେ ଦେଖି
ଜଣ ଜଣ କରି
ନିବୁଜ କୋଠରିରେ
ଏକା ଦୁର୍ଯ୍ୟୋଧନ
ଏକା ଦୁଃଶାସନ ।
ଏଇ କିବା ନ୍ୟାୟ ?
କେମିତି ସହିଲେ ସତେ
ଦ୍ରୌପଦୀଙ୍କ ମାନସ ପତି
ଅଜେୟ ରାଧେୟ ।
ଅଜଣା କି ଥିଲେ ରାଜ ପୁତ୍ରେ
ନାରୀ ପାଇଁ ସତୀ ଠାରୁ ଲଜ୍ଜା ବଡ଼
ଜୀବନଠୁ ବଡ଼ ଯୌବନ
କ୍ଷମା ନାହିଁ କ୍ଷମା ନାହିଁ
ପତି, ପିତା,ପୁତ୍ର,ଭ୍ରାତା
ଯିଏ କରେ ଉଲ୍ଲଂଘନ ।
କୌରବ ପାଣ୍ଡବ ପରି
ହେବେ ସବୁ ଲୀନ
ଚାହିଁଚି କାଳର ଶକ୍ତ
ଶାଣିତ କୃପାଣ ।
