STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବିନ୍ଦୁ ସରୋବର

ବିନ୍ଦୁ ସରୋବର

1 min
32

             ବିନ୍ଦୁ ସରୋବର
           ===========
ମନ୍ଦିର ନଗରୀ ଅଟେ ଏ ଭୁବନେଶ୍ୱର l
ଯହିଁ ବିରାଜେ ସୁନ୍ଦର ବିନ୍ଦୁସରୋବର ll ଶ୍ରୀଅନନ୍ତ ବାସୁଦେବ କୂଳେ ବିରାଜିତ l ଅବଢ଼ା ପ୍ରସାଦ ତାଙ୍କ ସାକ୍ଷାତ ଅମୃତ ll କିମ୍ବଦନ୍ତୀ କହେ ପ୍ରଭୁ ଲିଙ୍ଗରାଜେଶ୍ୱର l ମାଆ ଅପର୍ଣ୍ଣାଙ୍କ ତୃଷ୍ଣା କରିବାକୁ ଦୂର ll ଶୂଳମୁନେ ନିର୍ମାଣିଲେ ଏହି ପୁଷ୍କରିଣୀ l ପୂର୍ଣ୍ଣକଲେ ବହୁତୀର୍ଥୁ ଜଳ ବିନ୍ଦୁ ଆଣି ll
ବିନ୍ଦୁ ବିନ୍ଦୁ ଜଳ ପୁର୍ଣ୍ଣ ଆଜ ସେହି ସର l କଥିତହୋଇ ସୁନ୍ଦର ବିନ୍ଦୁ ସରୋବର ll ଅତୀବ ସୁନ୍ଦର ଯାର କାଚକେନ୍ଦୁ ପାଣି l
ବିନ୍ଦୁ ସାଗର, ନାମରେ ପରିଚିତ ପୁଣି ll ପୁରାଣର କଥା ଗୋଟି ଅଟେ ଏହିପରି l ଜୀର୍ଣ୍ଣ ଉଦ୍ଧରିଅଛନ୍ତି ଲଲାଟ କେଶରୀ ll ଅତୀବ ପବିତ୍ର ଯେଣୁ ବିନ୍ଦୁ ସରୋବର l
ପିତୃ ଶ୍ରାଦ୍ଧ ପଡୁଥାଇ କୂଳରେ ତାହାର ll ସ୍ପର୍ଶନ ମାତ୍ରକେ ବିନ୍ଦୁ ସର ତୀର୍ଥ ବାରି l ସୋରିଷ ମାତ୍ର କଳୁଷ ନରହି କାହାରି ll ମହା ତୀର୍ଥ ବିନ୍ଦୁ ସର ଆମ ଉତ୍କଳରେ l ଉତ୍କଳ କିରତୀ କଳା ବିଦିତ ବିଶ୍ୱରେ ll
ଏ କ୍ଷେତ୍ର ବିଦିତ ନାମ ଏକାମ୍ର କାନନ l କ୍ଷେତ୍ର ବିରଚିଲେ ଆସି ପ୍ରଭୁ ପଞ୍ଚାନନ ll ନମସ୍ତେ, ନମସ୍ତେ ପ୍ରଭୁ ତ୍ରିଭୁବନେଶ୍ୱର l ଶ୍ରୀଲିଙ୍ଗରାଜଙ୍କୁ ଶତକୋଟି ନମସ୍କାର ll
             🙏🙏🙏
                 ଅର୍ଜୁନୀ
              --------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational