STORYMIRROR

sunil kumar panda

Inspirational

3  

sunil kumar panda

Inspirational

ବୀର ସୈନିକ

ବୀର ସୈନିକ

1 min
316

ଶତ୍ରୁ ଶିବିର ହୁଏ ଥର ହର ଶୁଣି ଆମ ରଣ ହୁଙ୍କାର

ବୀର ଦର୍ପରେ ହେଉ ଅଗ୍ରସର ଡର ନାହିଁ ଆମ ମୃତ୍ୟୁର 

ଜୀବନଟା ଆମ ଦେବୁ ବଳିଦାନ ଶପଥ ଆମ ଏ ରକ୍ତର

ବୀର ସନ୍ତାନ ଆମେ ସୈନିକ ଆମ ଏ ଭାରତ ବର୍ଷର

ବନ୍ଦେ ମାତରଂ ବନ୍ଦେ ମାତରଂ


ବନ୍ଧୁତାର ହାତ ବଢ଼ାଇବୁ ଆମେ, ଆମ ମାଟିର ଏ ସଂସ୍କାର

ଛେଦି ଦେବୁ ଶିର ପ୍ରତାରଣା କଲେ ବହିଯିବ ସ୍ରୋତ ରକ୍ତର

ନତ ମସ୍ତକ ହେବୁ ନାହିଁ କେବେ ମନେ ବଳ ଶତ ସିଂହର

କଟି ଯିବ ପଛେ ମସ୍ତକ ଆମ ହେବନି ବିଜୟ ଶତ୍ରୁର

ବନ୍ଦେ ମାତରଂ ବନ୍ଦେ ମାତରଂ


Rate this content
Log in

More oriya poem from sunil kumar panda

Similar oriya poem from Inspirational