ବୀର ସୈନିକ
ବୀର ସୈନିକ
ଶତ୍ରୁ ଶିବିର ହୁଏ ଥର ହର ଶୁଣି ଆମ ରଣ ହୁଙ୍କାର
ବୀର ଦର୍ପରେ ହେଉ ଅଗ୍ରସର ଡର ନାହିଁ ଆମ ମୃତ୍ୟୁର
ଜୀବନଟା ଆମ ଦେବୁ ବଳିଦାନ ଶପଥ ଆମ ଏ ରକ୍ତର
ବୀର ସନ୍ତାନ ଆମେ ସୈନିକ ଆମ ଏ ଭାରତ ବର୍ଷର
ବନ୍ଦେ ମାତରଂ ବନ୍ଦେ ମାତରଂ
ବନ୍ଧୁତାର ହାତ ବଢ଼ାଇବୁ ଆମେ, ଆମ ମାଟିର ଏ ସଂସ୍କାର
ଛେଦି ଦେବୁ ଶିର ପ୍ରତାରଣା କଲେ ବହିଯିବ ସ୍ରୋତ ରକ୍ତର
ନତ ମସ୍ତକ ହେବୁ ନାହିଁ କେବେ ମନେ ବଳ ଶତ ସିଂହର
କଟି ଯିବ ପଛେ ମସ୍ତକ ଆମ ହେବନି ବିଜୟ ଶତ୍ରୁର
ବନ୍ଦେ ମାତରଂ ବନ୍ଦେ ମାତରଂ