Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ବିଭୁ ସ୍ମରଣ

ବିଭୁ ସ୍ମରଣ

1 min
300



ଘନ ଅନ୍ଧକାର କ୍ରମେ କ୍ଷୀଣ ହୁଏ 

ପାହି ଆସିଲା ଶର୍ବରୀ l

ଦିବ୍ୟ ଲାଲ ଆଭା ଧୀରେ ପ୍ରକାଶଇ 

ଆଗମେ ଉଷା ସୁନ୍ଦରୀ ll

ପାହାନ୍ତିଆ ତାରା ପ୍ରାଚୀ ନଭେ ଦେଖି

ଚମକି ଚାହିଁଲା ଶାରୀ l

ବିଭୁ ସୁମରଣେ ସୁସ୍ବରେ ଗାଇଲା 

ହରେ ରାମ କୃଷ୍ଣ ହରି ll

ଶୁଆ ତହୁଁ ଉଠି ଗାଇଲା ପ୍ରଭୁହେ 

ମହାପ୍ରଭୁ ପରାତ୍ପର l

ଚକ୍ରଧାରି ପ୍ରଭୁ ବକ୍ର ନେତ୍ରେ ଦେଖ

ପକ୍ଷୀ ଜନ୍ମୁ ପାରିକର ll

ଶୁଆ ଶାରୀ ଦୁହେଁ ରଟି ହେଉଥିଲେ 

ଧଣ୍ୟ ମହାପ୍ରଭୁ ଧନ୍ୟ l

ହୀନ ପକ୍ଷୀ ଜନ୍ମେ ଶିଖାଇଛ ପ୍ରଭୁ 

ଭଜିବାକୁ ତଵ ନାମ ll

ଶୁଆ ପଚାରଇ କହିକି ପାରିବୁ ଆଲୋ 

ଶାରୀ ମୋତେ ଥରେ l

ବିଭୁ ସୁମରଣା କିମ୍ପା ନ କରନ୍ତି 

ଦୁର୍ଲଭ ଜନମେ ନରେ ll


Rate this content
Log in

Similar oriya poem from Inspirational