STORYMIRROR

Panchanan Jena

Abstract

3  

Panchanan Jena

Abstract

ବହୁରୂପୀ ପ୍ରେମ

ବହୁରୂପୀ ପ୍ରେମ

1 min
11.9K

ପ୍ରେମ ଦେବ ତୁମେ ବହୁରୂପୀ

କର ପତ୍ର ଯୋଡି କରେ ଜୁହାର

ପୁଷ୍ପ ଅଂଜଳିରେ କରେ ଜୁହାର

କେବେ ପୂର୍ଣ୍ଣମୀର ଶଶଧର ତୁମେ

କେବେ ଅମାବାସ୍ୟା କାଳି ଅନ୍ଧାର

କେବେ ଖିଲି ଖିଲି ହସ ମହ୍ଲାର

କେବେ ପୁଣି ଝରା ଲୁହ ଫଟା ସଂଭାର

ପ୍ରେମ ଦେବ ତୁମେ ବହୁରୂପୀ

କେବେ ଶିଶିର ସାଉଁଳା କଅଁଳ ଘାସ

କେବେ ଗ୍ରୀଷ୍ମ ଦୁର୍ବା ସାର କଟୁ ଜହର

କେବେ ଶତଦଳରେ ଢଳ ଢଳ ବିନ୍ଦୁ

କେବେ ପୁଣି କାମନା ଦଗ୍ଧ ଭଗ୍ନ ମନ୍ଦିର

ପ୍ରେମ ଦେବ ତୁମେ ବହୁରୂପୀ

କେବେ ରାଜନୀଗନ୍ଧାର ମହମହ ବାତ୍ସ୍ନା

କେବେ ପୁଣି ହାରିବାର କରୁଣ ଝଙ୍କାର

କେବେ ସାଗର ଛାତିରେ ଗେହ୍ଲେଇ ଉଚ୍ଚୁଳା ଢେଉ

କେବେ ପୁଣି ବିରହ ରାଗିଣୀ ବେସୁରା ବେତାର

ପ୍ରେମ ଦେବ ତୁମେ ବହୁରୂପୀ

କେବେ କୁଆଁରୀ ମନର ଜ୍ୟୋତ୍ସ୍ନା ଧଭଳା କୁହୁ

କେବେ ପୁଣି ତୁଣ୍ଡ ବାଇଦର ଶତ ଜଞ୍ଜିର

କେବେ ରକ୍ତ ଗୋଲାପର ଟହ ଟହ ଗାଲ

କେବେ ପୁଣି ଚିିବୁକ ଛୁଆଁ ଲୁହର ପୂର୍ଣ୍ଣ ଗାର

ପ୍ରେମ ଦେବ ତୁମେ ବହୁରୂପୀ

କେବେ ସପନ କୁଞ୍ଜର ଅବିର ବୋଳା ରାତି

କେବେ ପୁଣି ବିରହ ପିଡାର ଅମା ଅନ୍ଧାର

କେବେ ତନୁରେ ତନୁରେ ନନ୍ଦନ ବନର ଆଭା

କେବେ ପୁଣି ପ୍ରତାରଣା କଳଙ୍କର କଳା ଜହର

କାମ ଦେବ ତୁମେ ବହୁରୂପୀ

କେବେ ପହିଲି ପୁଲକ ଆଷାଢ଼ର ନୀଳକଇଁ

କେବେ ପୁଣି ଦିଶାହରା ପ୍ରେମୀକ.ପ୍ରବର

କେବେ ନୀଳ ନୀରେଦେ ରୂପସୀ ଚପଳା

କେବେ ପୁଣି ଛଳନା ସହରରେ ବାଟୋଇ ବୀରବର

ହେ ପ୍ରେମ ଦେବ ! ହେ କାମ ଦେବ !

ତୁମକୁ ନମନ ବନ୍ଦନ ଅଭିନନ୍ଦନ

ଶିଖେଇଛ ମଣିଷକୁ ମହା ପଠନ


ପ୍ରେମ ନୁହେଁ ଖାଲି

କଳ୍ପନା ବିଳାସୀ ଅଳସୀ କନ୍ୟା

ପ୍ରେମ ତ ତ୍ୟାଗ ସେବା

ସ୍ନେହ ସୂଧାରେ ଧନ୍ୟା ଅନନ୍ୟା

ଭୋଗବାଦୀ ବସ୍ତୁବାଦୀ

ମତ୍ତବାଦୀ ମୁଢ ମାନବ

ଚେତେଇଛ ତୁମେ ଆଇନା ଦେଖେଇ

ଭଲ ଭେଲର ବିଭବ


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract