ଭଲ ପାଏ ତୁମକୁ
ଭଲ ପାଏ ତୁମକୁ


ଭଲ ପାଏ ତୁମକୁ ମୁଁ
ପ୍ରେମ କରେ ଏତେ,
ଆକାଶରେ ଝିଲିମିଲି
ତାରା ଅଛି ଯେତେ |
ଭଲ ପାଅ ଯଦି ମୋତେ
କହିଦିଅ ଥରେ,
ସୁଖୀ ହୋଇ ରହିଥିବା
ଆମେ ଜଗତରେ |
ଦେଖି ମୁଁ ତୁମକୁ କେବେ
ଭାବେନାହିଁ ପର,
ସାଥି ଅଟ ତୁମେ ମୋର
ଜନ୍ମ ଜନ୍ମାନ୍ତର |
ତୁମ ରୂପ ତୁମ ଗୁଣ
ଦେଖି ମୁଁ ଭାବିଲି,
ତୁମ ହାତ ଧରିଲେ ମୁଁ
p>
ଧନ୍ୟ ହେବିବୋଲି |
ତରୁଲତା ସାକ୍ଷୀ ଥିବେ
ସାକ୍ଷୀ ଥିବ ଜହ୍ନ,
ପ୍ରେମ ସପ୍ତାହରେ ମୋର
ଏହି ନିବେଦନ |
କହୁଛି ମୋ ମନ କଥା
କବିତା ରୂପରେ,
ଭାବେ ଭାବିବ ମୋ କଥା
ନିଶ୍ଚେ ହୃଦୟରେ |
ଉତ୍ତର ଆସିବ ବୋଲି
ମନେ ଅଛି ଆଶା,
ନିରାଶ କରିବ ନାହିଁ
ଅଛି ସେ ଭରଷା |