ଅଦିନ ବରଷା
ଅଦିନ ବରଷା
ଅଦିନ ବରଷା ଗାଉଛି ସଙ୍ଗୀତ
ବିଜୁଳି କୁ ସାଥେ ନେଇ।
ସନ୍ଧ୍ୟା ରେ ସଭିଙ୍କ ମନ କରି ଭେଦ
ଲାଜର ଓଢଣୀ ଦେଇ ।
ତନୁ ମନ ସବୁ ପ୍ରିୟା କଥା ଭାବେ
ଭିଜିବାକୁ ଚାହେଁ ଆଜି ।
ପ୍ରେମର ନିଆଁକୁ ଲଗାଇ ମନରେ
ପ୍ରେମିକ ଟିଏ ମୁଁ ସାଜି ।
ନୟନରେ ନାଚେ ପ୍ରିୟାର ଅଧର
ରୂପ ଦିଶେ ତା ଗୋଲାପି ।
ଆଖି ଧୀରେ ବୁଜି ଝିପି ଝିପି ସୁରେ
ନାଚେ ପ୍ରିୟା ପାଦ ଚିପି ।
ରିମିଝିମି ବର୍ଷା ଓଦା ଓଦା ରାସ୍ତା
ସନ୍ଧ୍ୟା ଯେ ଅଟେ ସୁରିଲା ।
ଓଦା ପଣତ ତା ଲାଜେ ଭିଜୁଥାଏ
ମନକୁ ମୋର ମୋହିଲା ।
ସନ୍ଧ୍ୟା ଗଡ଼ିଗଲା ପୁନେଇଁ ଜହ୍ନକୁ
ଛୁଇଁଲା ଅଦିନ ଝରା ।
ପ୍ରିୟା ମୋର ଚାହେଁ ଆକାଶ ଛାତିକୁ
ଦେଖିବାକୁ କୁଆଁ ତାରା ।