STORYMIRROR

Srinibas Mahalik

Comedy

2  

Srinibas Mahalik

Comedy

ଭଲ ଲାଗେ ମୋତେ

ଭଲ ଲାଗେ ମୋତେ

1 min
2.8K


ଭଲ ଲାଗେ ମୋତେ ରାହୁଲ ଗାନ୍ଧୀଙ୍କ

ସେଇ ଛୋଟ ଛୋଟ ଦାଢ଼ି

ଭଲ ଲାଗେ ମୋତେ ନରେନ୍ଦ୍ର ମୋଦିଙ୍କ

ବାମ ହାତେ ଥିବା ଘଡ଼ି ।।

ଭଲ ଲାଗେ ମୋତେ କେଜରୀଓ୍ୱାଲଙ୍କ

ମଫଲର ପିନ୍ଧା ଲୁକ୍

ଭଲ ଲାଗେ ମୋତେ ନବୀନବାବୁଙ୍କ

ଓଡ଼ିଆ ପଢିବା ସୌକ୍ ।।

ଭଲ ଲାଗେ ମୋତେ ଲାଲୁ ଯାଦବଙ୍କ

ଆଳୁ ଓ ସିଂଗଡା କଥା

ଭଲ ଲାଗେ ମୋତେ ରାଜନାଥଙ୍କର

କେଶ ଶୂନ୍ୟ ଥିବା ମଥା ।।

ଭଲ ଲାଗେ ମୋତେ ମନମୋହନଙ୍କ

ରୋବଟ ଭଳିଆ ଚାଲି

ଭଲ ଲାଗେ ମୋତେ ରାମଦେବଙ୍କର

ପାତଞ୍ଜଳି ଶୁଦ୍ଧ ଡାଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy