STORYMIRROR

ABADHOOT PANDA

Classics

3  

ABADHOOT PANDA

Classics

ଭକ୍ତର ଭାବ ପ୍ରକାଶ

ଭକ୍ତର ଭାବ ପ୍ରକାଶ

1 min
229

         


ସଚରାଚର ବିଶ୍ୱ ତୁମର ସୃଜନା

ତୁମେ ହିଁ ଅନାଦି ଅନନ୍ତ ତୁମେ ହିଁ ଚେତନା।

ମତ୍ସ୍ଯ ଠାରୁ ଜଗନ୍ନାଥ ଅବତାର କଲଣି ପ୍ରଭୁ ଶେଷ।

ଆଉ କେତେ ଦିନ ପରେ ଲଭିବୁ ଆମେ ସତ୍ଯର ପ୍ରକାଶ?


ନୁଆ ନୂଆ ରୋଗ ଦେଲାଣି ଆମକୁ ତ୍ରାସ।

ଧରିତ୍ରୀ ମାତାଙ୍କ ଲୁହ ବହି ବହି ସମୁଦ୍ରକୁ କଲା ଗ୍ରାସ। ଆଉ ନାହିଁ ସେଇ ବନାନୀର ବିହଙ୍ଗଙ୍କ କଳରବ।

ଶୁଭୁ ନାହିଁ ଆଉ କୁଳୁ କୁଳୁ ତାନ ଝରଣାର।


 ମରୁଯାତ୍ରୀଙ୍କ ଉଡ଼ିଯାଏ ହଂସା ପିଇବାକୁ ଟୋପେ ନୀର।

ମରୁଝଡ଼ ବାଲି ପୋତି ଦେଲାଣି ମରୁସର ମିଳେନି ଆସରା ଆଉ ଖଜୁରୀଗଛର।

ଶୁଭେନି ଆଊ ଜାତୀୟ ପଶୁର ହେଣ୍ଟାଳ ଭାରତର ବନେ ବନେ।

ନିଷ୍ଠୁର ଶୀକାରୀ କାଢ଼ି ନେଇ ଛାଲ ବିକି ଦିଏ ଅତି ଯତନେ।

ଅମୀର ବିଦେଶୀ ବାପୁଡ଼ା ବୁଣିଦିଏ ଟଙ୍କା ରୋକଡ଼ା। ଆଟାଚେ ପୁରାଇ ଛାଲ ବଣୁଆ ଜନ୍ତୁର ଊଡ଼ିଯାଏ ବିମାନେ ନ ମାନି ନିୟମ କଡ଼ା।

ଲୁଟି ଲୁଟି ଭାରତେ ଫିରଙ୍ଗୀ ଆଗେ କରିଛନ୍ତି ଖୋଳ।

ଆମେ ହସୁ ମାତ୍ର ଖାଲି ପାଇ ଛେଚେଡ଼ା ଟିକିଏ ଟୁଙ୍ଗିରେ ବଜାଉ ଖୋଳ।

ଭୋଲା ଭାଲା ଆମେ ସ୍ୱଦେଶୀ ବାପୁଡ଼ା ଜାଣୁନା କପଟ ଛନ୍ଦ।

ଅନ୍ଯର ଭଲ ମନ୍ଦ କଥା ବୁଝୁ ଆମେ ସଦା ମନରେ ନ ରଖି ଦ୍ୱନ୍ଦ।


 ପରୋପକାର ଆମ ଜନ୍ମଜାତ ଗୁଣ ସାରା ଦୁନିଆରେ ସାର।

ବିଶ୍ୱ ପ୍ରେମ ଆମ ସଂସ୍କାର ଲକ୍ଷଣ ଶାନ୍ତି ଦିଏ ପ୍ରାଣେ ଅପାର।


ଲୋଡ଼ା ନାହିଁ ପ୍ରଭୁ ଧନ ଜନ ଆମ ତୁମେ ପରା ଆମ ନିଜର।

ସେତିକି ଆଶୀଷ ଢ଼ାଳି ଦିଅ ଶିରେ ଭାରତମାତାଙ୍କୁ ଆମ କୋଟି ନମସ୍କାର।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics