STORYMIRROR

Santosh Kumar Ojha

Classics Others

3  

Santosh Kumar Ojha

Classics Others

ଭକ୍ତିପୁଷ୍ପ-୩୧

ଭକ୍ତିପୁଷ୍ପ-୩୧

1 min
175


ଫର୍ଚ୍ଚା ପଡ଼ିଲାଣି

ଆସ ଲୋ ସଜନୀ

ସଜ ହେଇ ଯିବା ଯମୁନା କୂଳ ,

ବସି ଥିବ କାହ୍ନା

ହେଇ ଆନମନା

ଡାକୁ ଥିବ ଠାରି କଦମ୍ବ ଡାଳ ।

ଯିବା ଲୁଚି ଲୁଚି

ଯିବ ନାହିଁ ଘୁଞ୍ଚି

ପଛ ଆଡ଼ୁ ତାକୁ ନେବା କୋଳେଇ ,

ଯଶୋମତି ପରି

ବାନ୍ଧି ଦେବା ଧରି

ପଣତେ କଦମ୍ବ ମୂଳକୁ ନେଇ ।

ଦେଖିବା କହ୍ନେଇ

ବସନ ଚୋରେଇ

ହଲାପଟା କେତେ କରିବ ଆଜି ?

ସ୍ନାନ ସାରି ରାସେ

ଆସିବା ତା' ପାଶେ

ଗେଲ କରିବାକୁ କରିବା ରାଜି ।

ଜଣ ଜଣ କରି

ଗଲେ ତୁମେ ଫେରି

ଶେଷରେ ଯିବି ମୁଁ ଅଧିରା ହେଇ ,

ଖୋଲିବି ବନ୍ଧନ

କରିବି ଚୁମ୍ବନ

ଆଉଁଷିବି ପାଦ କୋଳେ ବସେଇ ।

କରେ ଯଦି ମାନ

ଧରି ମୋର କାନ

ହେଲେ ହେବି ପଛେ ଉଠ୍ ବସ ,

ଆଲୋ ପୋଡ଼ା ମୁହିଁ 

ଡେରି କର ନାହିଁ

ସହଳ ସହଳ ଯିବା ଗୋ ଆସ ।

        


Rate this content
Log in

Similar oriya poem from Classics