STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଭାବାନ୍ତର

ଭାବାନ୍ତର

1 min
28

କବିତା - ଭାବାନ୍ତର
ରଚନା - ପଞ୍ଚାନନ ଜେନା
ତାରିଖ -୧୬-୦୯-୨୦୨୫
+++++++++++++++++
ହରରଙ୍ଗୀ ଭାବନାର ତାଳ ଉତ୍ତାଳ ତରଙ୍ଗେ
ନେଉଥିଲି ହାଉଲେ ହିଲ୍ଲୋଳ
ଝରକା ଫାଙ୍କରୁ ବାଙ୍କରୁ ସେପାଖରୁ
ଦେଖୁଥିଲି ଶେଷ ଶ୍ରାବଣର ବିଦାୟୀ କଲ୍ଲୋଳ

 ହାତ ଦୁଇ ପ୍ରସାରିଦେଲି ଲମ୍ବେଇଦେଲି
ଚୁଲ୍ ବୁଲି ଭାବନା ମଞ୍ଜରୀ ମୋର ଡଙ୍କେଇଦେଲି ବୁଲେଇଦେଲି ଛୁଇଁବାକୁ ସେଇ
 ଟୁପୁର୍ ଟାପୁର୍ ମେଘଟୋପା ସବୁକୁ ସଅଳ
ମୁଠେଇ ଧରିବାକୁ କରୁଥିଲି ଅନବରତ ପ୍ରୟାସ ସକଳ
 ମାତ୍ର ଥରକୁ ଥର ହେଉଥିଲି ବିଫଳ

 ଭାବନାର ହେଲା ଉଦ୍ରୀକରଣ ସଫଳ
ସରଳ ତରଳ ପଦାର୍ଥ ପରି ବରଷା ପାଣି ବି ଗତିଶୀଳ
ତରଳ ଭାବନା ବହେ ଅବିରଳ
 ଧରିହୁଏନା ସହଳ
ଧରାଦିଏନା ବିକଳ
ମହା ମହା ଉପାୟ ବି କରିଲେ ଠୁଳ
ଆଙ୍ଗୁଳି ସନ୍ଧି ଭିତରେ ଗଳି ବାହାରି ପଳାଏ
 କେଇ ଟୋପା ପାଣି ଭାରି ସବଳ ସାବଲୀଳ

 ପୁଣି ହେଲା ଜାଗରଣ
ଚେତନାର ସ୍ବତସ୍ଫୁର୍ତ୍ତ ସ୍ପୁରଣ ଉଦଗୀରଣ
ଭାବନାର ଚୌହଦୀ ଡେଇଁ ଖେଦିଗଲା
ଅଦିଗନ୍ତ ସୀମା ପାରି ଦିଗବଳୟର କୋଣ ଅନୁକୋଣ

 ବୋଧେ ସମ୍ୟକ ଭାବନା ହିଁ
ଚେତନାର କାୟା ବୃଦ୍ଧି ସମୀକରଣ
 ସୁ - ଭାବନାର ଉତ୍ତରଣ ହିଁ
ବିକସିତ ଚେତନାର ବିଚ୍ଛୁରଣ
ଆଉ ଉଭୟେ ହେଲେ କୋଳାକୋଳି
ଫେଣ୍ଟାଫେଣ୍ଟି ଏକ ମନ ଭାବନା ମେଳି
ବିଶାଳ ହୃଦୟର ଅଙ୍କରୋଦଗମ୍ ତତକ୍ଷଣ

 ବୋଧେ ଭାବନା ହିଁ ସୂଚନା ସମ୍ଭାବନା
ବୋଧେ ଚେତନା ହିଁ ସମ୍ୟକ ସର୍ଜନା
ସୃଷ୍ଟିର ଦୁଇ ମୂକ କୌଶଳ
ଯୁଗଳବନ୍ଦୀ ହେଲେ ବୁଣିପାରେ
 ବିଫଳତାରେ ସଫଳତାର ମଞ୍ଜି ଅନାବନା
 ସଫଳତାରେ ବାଗ୍ମୀ ବିଦ୍ୱତାର ସନ୍ନିହିତ ଅର୍ଚ୍ଚନା ମୂର୍ଚ୍ଛନା
ତଥା ବିଶ୍ଵ ଭାତୃତ୍ବର ମାର୍ଜନା

 ମୋ ଭାବନା ତରଙ୍ଗ ମୋ ଚେତନା ସାତରଙ୍ଗ ହିଁ
ମୋ ନିଜସ୍ଵ ସମ୍ବଳ
ଥବାଧ୍ଯ ଅବୋଧ ଅବୋଲକରା ପରି
ନିତି ଘାଣ୍ଟୁଥାଏ ଜ୍ଞାନ ଅଜ୍ଞାନ କମ୍ବଳ
ଯେମିତି ମାଟିର ମଣିଷ ଘାଣ୍ଟୁଥାଏ ମାଟି ମଟାଳ
 ଆଶା ଦାନା ବାନ୍ଧୁଥାଏ
ଚଞ୍ଚଳ ଫଳିବ ସୁନାର ଫସଲ
ହସିବ ଦୋଳି ଖେଳିବ ମୃଦୁ ହିଲ୍ଲୋଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy