ବେଙ୍ଗୁଲି ରାଣୀ ର ଦୁଃଖ....
ବେଙ୍ଗୁଲି ରାଣୀ ର ଦୁଃଖ....
ସାରୁ ବୁଦା ମୂଳେ କାନ୍ଦୁଥିଲା ବସି
ବେଙ୍ଗୁଲୀ ରାଣୀ ।
କେଂ କଟ-କଟ ବୋବେଇ-ବୋବେଇ
ଖୋଜୁଛି ପାଣି ।।(୧)
ପିଲାମାନେ ତାର ଚାହିଁ ରହିଥିଲେ
ମାଆ ମୁହଁକୁ ।
ଭାବୁଥିଲେ ବସି ପଚାରିବେ ବୋଲି
ତାଙ୍କ ମାଆକୁ ।।(୨)
ମାଆ ବୁଝିଗଲା ପିଲାଙ୍କ ଭାବନା
କହିଲା ବସି ।
ପାଣି ଟୋପେ ନାହିଁ ରହିବା କେମିତି
ଭାବୁଛି ବସି ।।(୩)
ମଣିଷ ଗୁଡ଼ାକ ଗଛ କାଟି ସବୁ
କରିଲେ ପଦା ।
ବର୍ଷା ନାହିଁ ବୋଲି ଟାଣୁଆ ଭୁଇଁଟା
ହଉନି ଓଦା ।।(୪)
ଗୋଟିଏ ମଣିଷ ଗୋଟିଏ ଗଛକୁ
ରୋପିବ ଯେବେ ।
ଜଗତ ହସିବ ସଭିଏଁ ରହିବା
ଖୁସିରେ ତେବେ ।।(୫)
(ଦେବୀ- ୧୧/୦୫/୨୦୧୮)