STORYMIRROR

Sarthak Prasad Sahoo

Romance Fantasy

3  

Sarthak Prasad Sahoo

Romance Fantasy

ବାଟୋଇ ମୁଁ ତୁମ ବାଟର

ବାଟୋଇ ମୁଁ ତୁମ ବାଟର

1 min
593

ଭାବେ ବେଳେବେଳେ

ଦୃଷ୍ଟି ଅନ୍ତରାଳେ

ଚାଲିଯିବି ସେଇ ବାଟ

ହୋଇବ ତୁମରି ଭେଟ

ଆଉ ନ ଥିବ କାହା ନଜର

ବାଟୋଇ ମୁଁ ତୁମ ବାଟର...


ଚୁପଚାପ ବସି

ଦେଉଥିବ ହସି

ସତେକି ଲାଜେଇ ଲତା

କହୁଥିବ ପ୍ରେମ କଥା

ସେ କଥା ଶୁଣୁଥିବି ତୁମର

ବାଟୋଇ ମୁଁ ତୁମ ବାଟର...



ଅନ୍ଧାର ରାତିରେ

ପ୍ରେମ ପୀରତିରେ

ତୁମେ ଗୋ ନୀଳ ନୟନା

ଝରାଅ ମଧୁ ଜୋଛନା

ସେଇ ଜୋଛନା ମୋ ଦରକାର

ବାଟୋଇ ମୁଁ ତୁମ ବାଟର...



ପୁଣି ଧିରେଧିରେ

ଅଜ୍ଞାତ ସାରରେ

ଧରିଦେବି ତୁମ ହାତ

ହେବ ତୁମେ ଇତଃସ୍ତତ

ହେଲେ ନ ଛାଡ଼ିବି ତୁମ କର

ବାଟୋଇ ମୁଁ ତୁମ ବାଟର...



ଥାଅ ଯେବେ ଦୂରେ

ମନ ମୋର ଝୁରେ

ଖୋଜେ ସେ ତୁମ ସାନିଧ୍ୟ

କରୁଥାଏ ମୋତେ ବାଧ୍ୟ

ଏଡ଼େ ଅମାନିଆ ମନ ମୋର

ବାଟୋଇ ମୁଁ ତୁମ ବାଟର...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance