STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବାସୁଛି ମହମହ

ବାସୁଛି ମହମହ

1 min
9


ଦିଲ୍ଲୀର କର୍ତ୍ତବ୍ୟ ପଥ କୁହ ବା

ଭୁବନେଶ୍ଵରର ଗାନ୍ଧୀମାର୍ଗ ରାଜପଥ

ଦେଶର ସବୁ ବିଦ୍ୟାଳୟ କୁହ ବା

କଲେଜ ଅଫିସ କାର୍ଯ୍ୟାଳୟ

ଆଜି ତ୍ରିରଙ୍ଗା ଭଡୁଛି ଫରଫର

ସାଧାରଣତନ୍ତ୍ର ଦିବସର ଗାଥା ଗାଇ ନିରନ୍ତର

କେଇ ଘଣ୍ଟା ପାଇଁ ବରଂ ହେଉ

ଭାରତ ମସଲା ପରି

ଆମ ଦେଶ ଭାରତ ଭାରତ ପରି 

ବାସୁଛି ମହମହ---୧


ଜାତୀୟ ପତାକା ଉତ୍ତୋଳନ ପରେ

ଜାତୀୟ ସଂଗୀତ ବାଜୁଛି

ସମବେତ କଣ୍ଠରୁ ବ୍ୟାଣ୍ଡ ଧୂନରୁ 

ସମ୍ବିଧାନ କଥା ଭାଷଣରେ ଶୁଭୁଛି

ନେତା ଅତିଥି ମାନଙ୍କ ଅଭିଭାଷଣରୁ

ଶହିଦମାନଙ୍କର ସ୍ତୃତି ଚାରଣ ହେଉଛି

ଦେଶ ମାତୃକାର ସେବା ପାଇଁ ବଳିଦାନ

ହସି ହସି ଫାଶି ଖୁଣ୍ଟରେ ଝୁଲୁଥିବା ଯୁବଗଣ

ଭାରତମାତାର ନିର୍ଭିକ ସନ୍ତାନ ମାନଙ୍କୁ

ମନେ ପକେଇ ବାକୁ 

ଝାଙ୍କି -ନାଚ-ଗୀତ - ଟାଟୋରେ 

ଦିଶୁଛି - ପାଳୁଛି - ମାନୁଛି

 ଆହ୍ୱାନ ପର୍ବ ପାଳୁଛି

କେଇ ଘଣ୍ଟା ଲୋକଦେଖାଣିଆ ବରଂ ହେଉ

ଫଟୋ -ସେଲ୍ଫି - ଭିଡ଼ିଓ ପାଇଁ ବରଂ ହେଉ

ଭାରତ ମସଲା ପରି

ଆମ ଦେଶ ଭାରତ ଭାରତ ପରି

ବାସୁଛି ମହମହ ---୨


କୃଷକ ଶ୍ରମିକ ସୈନିକ ବୈଜ୍ଞାନିକ

ଲକ୍ଷ ଲକ୍ଷ ବୁଭୁକ୍ଷୁ ଜନତା

ଫଟା ଫିଠି ଥନ୍ତଳା ପେଟ ତଳର 

କୁହୁଳା ସମସ୍ୟାର ଘନଘଟା ବାରତା

ବିଲ ଗୋହିରି ପ୍ରାନ୍ତର

ଜଙ୍ଗଲ ପାହାଡ଼ ପ୍ରସ୍ତର

ନଈ ନାଳ ପୋଖରୀ କେଦାର

ସବୁ ଆଜି ଖୁସିରେ କରୁଛନ୍ତି 

କଦମ ତାଲ୍ 

ପାଦକୁ ପାଦ କାନ୍ଧକୁ କାନ୍ଧ ମିଶେଇ

ଖୁସିରେ ମାଲେମାଲ୍

ରାସ୍ତା ଘାଟ ହାଟ ବଜାର

ଘର ଅଗଣା କାନ୍ଥ ଉପର

ବର୍ଷକୁ ଗୋଟେ ଦିନ ବି ହେଉ

ଯେତେ କୁହୁଡି କୋହଲା ପାଗ ହେଉ

ସମସ୍ତେ ଶୁଭ ସାଧାରଣତନ୍ତ୍ର ଦିବସ ପାଳୁଛନ୍ତି

ଭାରତ ମସଲା ପରି

ଆମ ଦେଶ ଭାରତ ଭାରତ ପରି

 ବାସୁଛି ମହମହ ---୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational