STORYMIRROR

Balabanta Sahu

Inspirational

3  

Balabanta Sahu

Inspirational

ବାସ୍ତବ ଠାକୁର

ବାସ୍ତବ ଠାକୁର

1 min
13.4K


ଜୀବନ ଜଞ୍ଜାଳେ ମଣିଷର ବନ୍ଧୁ

ହେଉଛି ତ ମତିଭ୍ରମ

ଜୀବନ୍ତ ପ୍ରତିମା ଥାଇ ସଦା ପାଖେ

ନିର୍ଜୀବ ମୂର୍ତ୍ତିରେ ଭାବ ॥୧॥

ପିତୃମାତୃ ବନ୍ଧୁ ସଜୀବ ମୂର୍ତ୍ତି ତ

ସେବା ନକରି ତା ସଦା

ଭରଷା କରୁଛି ନିର୍ଜୀବ ମୂର୍ତ୍ତିକୁ

ପାଖେ ଥାଇ ପିତାମାତା ॥୨॥

ଅଦୃଶ୍ୟ ହେଲେବି ବିଶ୍ଵାସ କରୁଛି

ଛାଡି ତା ପିତାମାତାକୁ

ନିଜ ଜୀବନର ସୃଷ୍ଟିକର୍ତ୍ତା ଯିଏ

ପଦାଘାତ କରେ ତାକୁ ॥୩॥

ସଜବାଜ ହୋଇ ମନ୍ଦିର ଯାଉଛି

ଆବଶ୍ୟକ ଯାର ନାହିଁ

ଖାଇଲେଣି କି ତା’ ବୃଦ୍ଧ ପିତାମାତା

ତାହା ସେ ଜାଣିବ କାହିଁ ॥୪॥

ନିଜ ଗୃହେ ଥାଇ ବାସ୍ତବ ଠାକୁର

ଦେବଦେବୀ ପୂଜା କେତେ

କାର୍ତ୍ତିକ ହେଉଛ କାହିଁକି ବନ୍ଧୁ ହେ

ଗଣେଶଠୁ ଶିଖ ପଦେ ॥୫॥

ଭିନ୍ନ ମତବାଦୀ ଦୁନିଆଁ ଏ ବନ୍ଧୁ

ଯାହା ଦେଉଥାଉ ମତ

ପିତାମାତା ସଦା ବାସ୍ତବ ଠାକୁର

ହୃଦେ ଅଛି ମୋର ମିତ ॥୬॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational