ବାପା
ବାପା
ହାତ ଧରି ମୋର ଚାଲିବା ଶିଖାଇ
ସାଜିଥିଲା କୁହ କାହିଁ ପ୍ରେରଣା
ମନେ ଥିଲା ଯଦି ପର କରିବାକୁ
କାହିଁ କଲ ବାପା ଏତେ ଛଳନା(1)
ସବୁ ଅଳି କାହିଁ ପୁରା କରୁଥିଲ
କଥା ନ ସରୁଣୁ ଝିଅ ପାଟିରୁ
ଦୂରେ ଚାଲିଯିବ ତୁମ ଠାରୁ ଦିନେ
ଭାବି ଝରିପଡେ ଲୁହ ଆଖିରୁ (2)
ଆମ ଖୁସି ପାଇଁ ନିଜେ କଷ୍ଟ ସହି
କାହିଁ, ଏତେ ତ୍ୟାଗ କରିଲ ବାପା
ଝିଅ ଜନ୍ମ କରି କି ପାପ କରିଲ
ଦୁଃଖ ସବୁ କଲ ମଥା ଶିରପା ?(3)
ତୁମ ଭଳି ଭଲ ଆଉ କେ ପାଇବ
କୁହ ବାପା ଏବେ ତୁମ ଝିଅକୁ
କିଏ ବା ବୁଝିବ ଦୁଃଖ ଏ ବୁକୁର
ଦେଖିଦେଇ ଥରେ ଶୁଖା ମୁହଁକୁ(4)
ଦମ୍ଭ ସାଜି ତୁମେ ସ୍ତମ୍ଭଟିଏ ପରି
କୁହ ଦେଇଥିଲ କାହିଁ ସାହାସ ?
ଦୂର କରିବାକୁ ମନସ୍ଥିର କରି
କାହିଁ କରୁଥିଲ ଏତେ ପରସ, (5)
କାହା ସ୍ନେହ ଶ୍ରଦ୍ଧା ତୁମଠୁ ଟପିବ,
ଯାହା ତୁମେ ମତେ ଦେଇଛ ବାପା
କିଏ ବୁଝିବ ମୋ ଅଳି ଅଝଟକୁ,
ତୁମ ଆଗେ ପରା ସବୁ ଅଛପା(6)