STORYMIRROR

Diptikant Padhiary

Inspirational Children

4  

Diptikant Padhiary

Inspirational Children

ବାପା

ବାପା

1 min
162


ତୁମ ପରିଚୟ ଦେଇ

      ମତେ ଦୁନିଆକୁ ଆଣିଲ 

ହାତ ଧରି ମୋର

      କୁନି ପାଦକୁ ଚାଲିବା ଶିଖାଇଲ

ପଡିବା ଆଗରୁ ମତେ

      କୋଳେଇ ଯେ ତୁମେ ନେଲ

“କୁହ” କେମିତି ଚାଲି ବି ମୁଁ ଏବେ ବାଟ

   ମତେ ଏକା କରିଦେଇ ଚାଲି ଗଲ ।(୧) 

ଜିଦିଆ ଟିକେ ମୁଁ ବୋଲି

   ମତେ କେତେ ଯେ ବୁଝାଉଥିଲ

ସବୁକଥା ଯେବେ ବୁଝି ମୁଁ ଗଲି

    ନିଜେ ଯେ ଅବୁଝା ହେଲ

 କାନ୍ଧରେ ମତେ ବସେଇ କେତେ

    କାହାଣୀ ଶୁଣାଉଥିଲ

କାହାଣୀକୁ ତୁମେ ଶେଷ ନ କରି

  ମତେ ଏକା କରିଦେଇଚାଲି ଗଲ ।(୨)

ଅନ୍ଧାର ରାତିର ରାସ୍ତାରେ

  ତୁମେ ମୋର ଆଲୁଅ ସାଜିଲ

ନିଜେ କଣ୍ଟାରେ ଚାଲି

  ମୋ ଚଲାପଥରେ ଫୁଲ ବିଛାଇଲ

ମୋ ଖୁସି ପାଇଁ

  ନିଜ ଦୁଃଖ ସବୁ ମନରେ ରଖିଲ

କେମିତି ଖୁସିରେ ରହିବି କୁହ 

  ମତେ ଏକା କରିଦେଇ ଚାଲି ଗଲ ।(୩)

ମଣିଷ ପରି ମଣିଷଟିଏ ହେବାପାଇଁ

  କେତେ ଯେ ଆକଟ କରୁଥିଲ

ନିଜ ସ୍ୱପ୍ନର ଦ୍ଵାରକୁ ବନ୍ଧ କରି

  ମୋ ସ୍ୱପ୍ନର ମଞ୍ଜି ବୁଣୁ ଥିଲ

ସ୍ଵପ୍ନ ସବୁ ସାକାର ହେବା ପୂର୍ବରୁ

  ତୁମେ ଚିରନିଦ୍ରାରେ ଶୋଇଗଲ

କାହିଁକି ଦେଖିବି ମୁଁ ସ୍ଵପ୍ନ କୁହ ବାପା 

 ମତେ ଏକା କରିଦେଇ ଚାଲି ଗଲ । (୪)

କାନ୍ଦିଲାବେଳେ ତୁମେ ହିଁ ଜଣେ

      ମତେ ଯେ ହସାଉଥିଲ

ମୋ ମୁହଁରେ ଟିକିଏ ହସ ପାଇଁ

  କେବେ ହାତୀ କେବେ ଘୋଡ଼ା ସାଜୁ ଥଲ

କହିବା ଆଗରୁ ମୋର ସବୁ ଦରକାର

   ତୁମେ ଯେ ପୁର। କରୁଥିଲ

କାହାକୁ କହିବି ଏବେ ମୁଁ

  ମତେ ଏକା କରିଦେଇ ଚାଲି ଗଲ ।(୫)



Rate this content
Log in

More oriya poem from Diptikant Padhiary

Similar oriya poem from Inspirational