STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ବାପା ମାଆ, ମୋ ପ୍ରଥମ ଗୁରୁ

ବାପା ମାଆ, ମୋ ପ୍ରଥମ ଗୁରୁ

1 min
207



ସେମାନେ ମୋହର ପ୍ରଥମ ଗୁରୁ 

ଶିକ୍ଷା ଅର୍ଜନର କାର୍ଯ୍ୟରେ

ହାତ ବାରିସି ହୋଇଛନ୍ତି କେତେ 

ପାଠ ସିଦ୍ଧି ସାଧନାରେ ।


ହାତ ଧରି ମୋତେ ବାପା ମାଆ 

ଶିଖାଇଲେ ଚାଲି,

ହାତରେ ସିଲଟ ଖଡ଼ି ତାଙ୍କରି 

ହାତରୁ ପ୍ରଥମେ ଧରିଲି ।


ଏଡୁଟେ ହେଲିଣି ବଢି ତାଙ୍କରି 

କୋଳରେ ମୁହିଁ

ତାଙ୍କରି ଆଶିଷେ, ସୁଖ ଆନନ୍ଦରେ 

ଜୀବନ କାଟୁଛି ମୁହିଁ ।


ଶୁଭାଶିଷ ଅଛି ମୋ ପ୍ରତି, ସର୍ବଦା 

ବାପା ବୋଉଂକର ମୋର

ସବୁ ସମସ୍ୟାର ସମାଧାନ ପାଇଁ ମୁଁ

 ଧାଏଁ ହୋଇ ତତ୍ପର ।


ଶିଖାଇଲେ ମୋତେ ଦୁର୍ନୀତି ଧନ 

ନକରିବୁ କେବେ ଗ୍ରହଣ

ସର୍ବଦା ସୁକର୍ମ କର

ିବୁ, ସତ୍ୟରେ 

ଚାଲି ବଢାଇବୁ ଆମ ମାନ ।


କେତେ କଷ୍ଟ ବାପା ମା କରିଛନ୍ତି,

ମତେ ମଣିଷ କରିବା ପାଇଁ

ଅନୁଭବ କରିଛି ନିକଟୁ ତାଙ୍କରି

ଯନ୍ତ୍ରଣା ଭୁଲିକି ପାରିବି ସେହି ।


ଯାହା କରିଛନ୍ତି ବାପା-ବୋଉ ମୋର

ଋଣ ଶୁଝିବା କଥା

ମନରେ କଳ୍ପନା କରିବା, ମୁଁ ଭାବେ

ତାହା ଅଟେ ମୁର୍ଖାମୀ ଓ ବୃଥା ।


ସମସ୍ତ ଭଉଣୀ ଭାଇଙ୍କୁ, ଋଣ ଶୁଝିବା 

କଥା ପଚାରେ, ଉତ୍ତର ଦିଅ

ସୃଷ୍ଟିର ଆରମ୍ଭୁ ବାପା-ବୋଉ ଋଣ ଶୁଝି

ପାରିଛି କି କୋଉ ଝିଅ ପୁଅ ?


ହାତ ଯୋଡି ମୁହିଁ ଜଣାଏ ଗୁହାରି ଘେନ

ମୋ ପ୍ରଣତି ବାପା ମାଆ,

ହାତ ଟେକି ଉର୍ଦ୍ଧ୍ବେ ଶରଣ ପଶୁଛି ହୁଅ 

ସର୍ବଦା ମୋତେ ସାହା ।।



Rate this content
Log in

Similar oriya poem from Inspirational