ଅତୀତ
ଅତୀତ
କିଛି କଥା ଭୁଲି ହୁଏ କିଛି ତ ଭୁଲି ହୁଏନା
କିଛି ଦୁଃଖ ଦବି ଯାଏ କିଛି ପୁଣି ସହି ହୁଏନା
କିଛି ସୁଖ ସାଥି ହୁଏ ପୁଣି କିଛି ପାଶେ ରହେନା
କିନ୍ତୁ ଏହି ଅମାନିଆ ମନ ସବୁ ଜାଣି ବୁଝି ପାରେନା |
ଏମିତି ବି କିଛି କଥା ଅଛି ଦେଖାଏ ସିଏ ଆଇନା
ଭୁଲିବାକୁ ଇଚ୍ଛା କଲେ ବି ଅତୀତ ଯେ କେବେ ଲିଭେନା
ଲେଖିବାକୁ ଭାବିଲେ ବି ସବୁ କିଛି ତ ଲେଖି ହୁଏନା
ମନରେ ସେ ଖାଲି ଲୁଚି ରହେ କେବେ ଦେଖା ଦିଏନା |
କେବେ ପୁଣି ଢାଳି ଦିଏ ସୁଖ ତାକୁ ଧରି ହୁଏନା
କେବେ ଦିଏ ଦୁଃଖ କେତେ ସିଏ ତ ଶୋଇ ହୁଏନା
ଇଚ୍ଛା ହୁଏ ଫେରି
ଯିବାକୁ ଅତୀତ ସେ ଯାଇ ହୁଏନା
ଏବେ ବି ଲୁଚକାଳି ସିଏ ଖେଳୁଛି ତାକୁ ଖୋଜି ପାଏନା |
ଭାବୁଛି ମନେ ମନେ ଜାଗ୍ରତ ହୋଇ ଯାଗଇବି ମୋର ଚେତନା
ମୁକ୍ତ ହେବି ମୁକ୍ତ କରି ଏହି ବେଦନା ଆଉ ଯାତନା
ନୟନ ମେଲି ତାର ହସି ହସି କରିବି ବିଦାୟ ବନ୍ଦନା
ତେବେ ଅବା ସିଏ ପାଶେ ରହି ସୁପ୍ତ ଦେବ ପ୍ରେରଣା |
ଅତୀତ ସେ ରଚେ ଖାଲି ସବୁ ଇତିହାସ ଲିଭି ଯାଏନା
ପାଣ୍ଡୁଲିପି ମଧ୍ୟେ କେହି ତାକୁ ଲେଖି କରେ ସୁନ୍ଦର ବର୍ଣ୍ଣନା
ସାକ୍ଷୀ ରହେ ସିଏ ସୁପ୍ତ ହୋଇ ଦେଖିବାକୁ ଆଗାମୀ ରଚନା
ଏହି ଦୁନିଆ ତ ରଙ୍ଗମଞ୍ଚ ଆମେ ସବୁ ମାଟିର ଖେଳନା |