STORYMIRROR

Rajesh kumar Shankhua

Abstract

2  

Rajesh kumar Shankhua

Abstract

ଅତୀତ ନିଜର

ଅତୀତ ନିଜର

1 min
138

କାହିଁ କି ଅତୀତଟା ଆଜି 

ବର୍ଷାରେ ଭିଜିବାକୁ ଭଲ ପାଉଛି

କେତେବେଳେ ଯନ୍ତ୍ରଣା ତ

କେତେବେଳେ ପ୍ରେମର ସୁଅ ଛାଟୁଛି

ଏଥିରେ କଣ ଅଛି କେ ଜାଣେ

ଛାଇ ପରି ମାଡି ମାଡି ଚାଲୁଚି

ଭଵିଷ୍ୟତ ଯେତେ ଦୂର ହେଉ ପଛେ

ଅତୀତ ନିଜର ନିଜର ଲାଗୁଛି

କାହଁି କି ଅତୀତଟା ଆଜି

ବର୍ଷାରେ ଭିଜିବାକୁ ଭଲ ପାଉଛି


କଣ ଥିଲା ସେ ଅତୀତ 

ପ୍ରେମ , ପ୍ରତାରଣା ନା ପ୍ରେମିକା

 ଅଜବ ଦୁନିଆର ଗଜବ କାହାଣୀ

ବାସ୍ ଏଇ ଅତୀତ


ଏଇ ଛୋଟ ପ୍ରଶ୍ନର ଉତ୍ତରରେ

ଛନ୍ଦି ହୋଇ ଖୋଜି ବୋଲେ ଉତ୍ତର

ସବୁ ଦିଗର , ସବୁ ସମସ୍ୟାର

ଶେଷରେ ପାଏ ଖୁବ୍ ଉଲ୍ଲସିତ ହୋଇ ଉତ୍ତର

କାଲିଯାହା ଥିଲା ଆଜି ଅତୀତ ନିଜର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract