STORYMIRROR

Rajesh kumar Shankhua

Romance

4  

Rajesh kumar Shankhua

Romance

ମାଦକତା

ମାଦକତା

1 min
435


ତମ ଆଖିର ମାଦକତା

କହିଯାଏ କେତେ କଥା

ରାତିର ଯନ୍ତ୍ରଣା ଯେତେ

ହୃଦୟର ବ୍ୟଥାକଥା ।


ତମ ଓଠର ମାଦକତା

ଗୋଲାପି ରଙ୍ଗର ଚିତା

ସ୍ମୃତିର ଉହାଡପଟୁ

ଦେଇଥିଲା ଯେତେ ବ୍ୟଥା ।


ଆଖିବି ଥମି ପଡେ

ଅବାସ୍ତବ ସ୍ବପ୍ନ ଗହଳିରେ

ଓଠବି ରହିଯାଏ

ମାଦକତା ସହରରେ ।


ଭିଜା ଦେହେ ତମେ ଯେବେ ଉଠ

ଉଗ୍ରବକ୍ଷ ମାଦକତା ନେଇ

ଜଳ ବିନ୍ଦୁ ବି ମୁରୁକି ଉଠେ

କ୍ଷଣକେ ମୁକୁତା ସାଜିବା ପାଇଁ ।


ସୂର୍ଯ୍ୟ ବି ଅଭିମାନ କରେ

ଘନ କେଶର କାଳିମା ତୀରେ

ପବନ ବି ମୁଡ ଭାଙ୍ଗେ

ଅଙ୍ଗସ୍ପର୍ଶି ଷୋଡଶି ଉପରେ ।


ଉଦ୍ଭଟ ଚାରୁଚିତ୍ର ତଳେ 

ତମେ କିନ୍ତୁ ଅଟକି ନାହଁ

ଯାହା ମୁଁ କାଲି ଦେଖିଥିଲି

ଆଜି ତମେ ଦେଖୁ ନାହଁ ।


Rate this content
Log in

Similar oriya poem from Romance