STORYMIRROR

Puja Badi

Tragedy

4  

Puja Badi

Tragedy

ଅସ୍ଥିର ଭାବନ

ଅସ୍ଥିର ଭାବନ

1 min
229

ନୀରବତା ମତେ କହୁଛି ଆଜି

ସମୟ କିଛି ଜାଣିନି,

କାନ୍ଦୁଛି ହୃଦୟ ଏବେ ମୋର 

କାହିଁକି କା ପାଇଁ ଜଣା ନାହିଁ ।


ପାଇଥିଲି ଭଲ ହୃଦୟରୁ ତାକୁ

ତାକୁ ବି ତା ଥିଲା ଜଣା,

ମୋ ସାଥେ କାହିଁ ସବେ ଏମିତି କରନ୍ତି

ଏସବୁ ରୁ ମୁଁ ଅଛି ଅଜଣା ।


ଏବେ ଏବେ ସବୁ ଯନ୍ତ୍ରଣା ଦାୟକ

ସେ ଗଲା ପରେ,

ଯନ୍ତ୍ରଣାରେ ଛଟ ପଟ ଏ ଭିଜା ସ୍ମୃତି

ସେ ଆଉ ଫେରିବନି ଜାଣିଲା ପରେ ।


ପ୍ରତିଶ୍ରୁତି ଦେଇ ଭୁଲନ୍ତି କେମିତି

ଅନ୍ୟକୁ ଦେଖିଲା ପରେ,

ଅନ୍ୟକୁ ପାଇ ଖୁସିରେ ରହିବ

ଜଣକୁ କନ୍ଦେଇ ଲା ପରେ ।


ସେ ବି କାନ୍ଦିବ ମତେ ଝୁରି ଝୁରି

ବିକଳେ ହୋଇବ ପ୍ରାଣ ,

ଆଜି ସାଜୁଛି ଅନ୍ୟ ପ୍ରେମିକା ସେ

ଭାଙ୍ଗିବ ତାର ଭି ମନ ।


ସେଥିପାଇଁ କହେ

ନର କୁ ନୁହେଁ କି ନାରୀକୁ ନୁହେଁ

କାହା ଉପରେ କରନି ବିଶ୍ୱାସ,

ଆଜି ଅଛି ସାଥେ କାଲି ଚାଲିଯିବ

ବିଶ୍ୱାସରେ ଦେଇ ବିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy