ଅସରନ୍ତି ଆଶା
ଅସରନ୍ତି ଆଶା
ଅସରନ୍ତି ଆଶା
ମନଲୋଭା ଚଢ଼େଇ ସାଜି
ଉଡ଼ି ଉଡ଼ି ସ୍ବପ୍ନ ଦେଖେ
ଖୋଲା ଆକାଶର ବୁକୁ ଭେଦି
ପ୍ରାଣ ପ୍ରତିମାର ଭ୍ରମଣରେ ।
ଆଖିରୁ ମଇଲା କାଢି
ଅସରନ୍ତି ଆଶାର ବୃକ୍ଷ ସବୁ
ପତ୍ର ଝଡା ଦେଇ ଦେଇ ପୁଣି
ନୂତନ ଆଶାର ଲକ୍ଷ୍ୟ ରଖେ ।
ସପନ କାନ୍ଥର ଘଡି଼ରେ
ଆଶା ସବୁ ବଦଳି ଯାଏ
ସଂସାରୀ ଲୋକର ହାତ ବାଜି
ଜଡ଼ ପାଲଟିଯାଏ ଆକାଂକ୍ଷା ।