STORYMIRROR

Saroj Sahu

Abstract

3  

Saroj Sahu

Abstract

ଅସହାୟ

ଅସହାୟ

1 min
11.6K

ମୋ ଇଛା ମାନଙ୍କର ବି

ଇଛା ଥିଲା, ମୋର

ଆଶା ଆକାଂକ୍ଷା ସବୁ

ସିଗାରେଟ ର ଧୂଆଁ ଭଳି

ଉର୍ଦ୍ଧମୂଖୀହେବାକୁ

ମେଘ ହେଇ ସାରା ଆକାଶକୁ

ଗୋଟାପଣେ ନିଜର କରିବାକୁ


କିନ୍ତୁ

ସପନର ସୂର୍ଯ୍ୟାସ୍ତ ପରେ

ବାସ୍ତବତାର ବର୍ଷା ଛିଟାରେ

ହଜିଯାଏ ଧୂଆଁ

ଲିଭିଯାଏ ନିଆଁ


ବେଳେବେଳେ

ଉପେକ୍ଷା କରି

ମିଛ କହିଥାଏ ପାଟି

ଆଉ ସତ କହେ ଆଖି

ତମ ଓଠ କହେ 

ମତେ କାଳେ ଦେଖିଦେଲେ

ହଜିଯାଏ ଦୁଃଖ କ୍ଳେଶ


କିନ୍ତୁ

ତମ ଆଖି କହେ

ସମୁଦ୍ର ମନ୍ଥିତ ବିଷ

ଆକଣ୍ଠ ହେବାପରେ

ତମ ମନରେ ଥିଲା

ସେଇଥିରୁ କିଛି

ବଳି ଯାଇଥିବା

ହଳାହଳ ବିଷ


ବିଷ କୁ ପିୟୁସ କରି କଣ

ବଂଚି ହୁଏ ?

ପେଟର ଭୋକ ଯାହା ହେଲେବି

ନିଜକୁ ଜାଳେଣି କରି କଣ

ଖାଦ୍ୟ ରାନ୍ଧି ହୁଏ ?

ଭୋକ ସହି ହେଉନି କି

ନିଜକୁ ଜାଳି ପାରୁନି

ମୁଁ ଅସହାୟ (ସରୋଜ)

ସତରେ ଅସହାୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Saroj Sahu

Similar oriya poem from Abstract