STORYMIRROR

Niranjan Sahu

Comedy Others

3  

Niranjan Sahu

Comedy Others

ଅପଦସ୍ତ ଖାଲି ହେଲ

ଅପଦସ୍ତ ଖାଲି ହେଲ

1 min
194

କାହିଁକି ହେ ବାବୁ,ବାବୁ ଇମ୍ରାନ   

ଆମେରିକା ଯାଇଥିଲ

ନିନ୍ଦା ଅପମାନ ଅମର୍ଯ୍ୟଦା ପାଇ

ଅପଦସ୍ତ ଖାଲି ହେଲ,


ସ୍ୱାଗତ ପାଇଁ କା କିଏ ଆସିଲେନି

ଏତେବଡ଼ ଆମେରିକାରେ

କେତେ କେତେ ଗୋଷ୍ଠୀ ବିରୋଧ କରିଲେ

ଯାଇଥିଲ ଖାଲି ବେକାରେ


କେତେ ମିଛ ସତ ଟ୍ରମ୍ପଙ୍କୁ କହିଲ

ଟ୍ରମ୍ପ କି ଶୁଣିବା ଲୋକ

କାଶ୍ମୀର କଥା ପ୍ରସଙ୍ଗ ଉଠେଇ

ଭାରତକୁ ଦେଲ ଦୁଃଖ,


ନିଜ ରାଷ୍ଟ୍ରଦୂତ ସାଙ୍ଗରେ ବୁଲିଲ

କିଏ ପଚାରିଲେ ନାହିଁ

ସାରା ପୃଥିବୀରେ ଏକ ଘରକିଆ

ହୋଇଯାଇଅଛୁ ତୁହି,


ଶହେଟା କଥାରେ ଅନେଶ୍ୱତ ମିଛ

ସମସ୍ତେ ଗଲେଣି ଜାଣି

ତୁମରି କଥାକୁ କିଏ ଶୁଣନ୍ତିନି

ସତେକି ଗୋଳିଆ ପାଣି,


ଖର୍ଚ୍ଚାନ୍ତ ହୋଇ ଆମେରିକା ଗଲ

ଜୀବନେ ପ୍ରଥମ ଥର

ଆଶା ବାନ୍ଧିଥିଲୁ ମନରେ କେତେ

ହୋଇଲା ସବୁ ବେକାର,


ବୁଲାବୁଲି କରି ଫେରିଆସିଲ

ନିନ୍ଦା ଅପବାଦ ପାଇଲ

ସାରାଂଶ କଥା କହିବାକୁ ଗଲେ

ଅପଦସ୍ତ ଖାଲି ହେଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy