STORYMIRROR

Kali Kumar

Comedy Classics

3  

Kali Kumar

Comedy Classics

ଅନ୍ ଲାଇନ୍ ପାଠ

ଅନ୍ ଲାଇନ୍ ପାଠ

1 min
168

କୁକୁର ପରି ମୁଁ ନିତି ଭୁକୁଛି

ନିର୍ଦ୍ଧିଷ୍ଟ ସମୟେ,

ଦେଖି ଘର କାନ୍ଥଘଡ଼ି

ହାତୀ ପରି ଏଠି ପିଲାଏଁ ବୁଲନ୍ତି

ସାଙ୍ଗସାଥି ମେଳେ,

ଘରେ ମୋବାଇଲ ଛାଡ଼ି

କ୍ଲାସ୍ ରୁମ୍ ବ୍ୟବସ୍ଥା ବିନା

ଅନ୍ ଲାଇନରେ କଅଣ ସଠିକରେ ପାଠ ହୁଏ ପଢ଼ି ?

ଅନ୍ ଲାଇନ୍ ବ୍ୟବସ୍ଥା ପାଇଁ କି

ମୋବାଇଲ ଆଗେ ରଡ଼ି ରଡ଼ି

ବହୁତ ଦିନ ଧରି

ତଣ୍ଟି ମୋ ଗଲାଣି ପଡ଼ି

ଏଣେ କାଶ ହେବା ଯୋଗୁଁ

ଆଶା ଦିଦି ପୁଣି

ନିଏ କୋବିଡ଼ ସେଣ୍ଟର ଭିଡ଼ି

ଭାଇ ! ବି ପି ମୋ ଯାଉଛି ବଢ଼ି

ଅନ୍ ଲାଇନ୍ ଧନ୍ଦାରେ ପଡ଼ି, ଅନ୍ ଲାଇନ୍ ଧନ୍ଦାରେ ପଡ଼ି ।।

ଆହେ ! ସରକାର

ତୁମ ମୁଣ୍ଡ କି ଗଲାଣି ବିଗିଡ଼ି

ବାପ ଦାଦା ତୁମ, କେବେ ପଣ୍ଡିତ ହୋଇଛି

ଅନ୍ ଲାଇନରେ ପାଠ ପଢି

ଅନ୍ ଲାଇନ୍ ପରା ଅଜାଗା ଘା'

ନା ତାକୁ ନିଜେ ଦେଖି ହୁଏ

ନା ଅନ୍ୟକୁ ଦେଖାଇ ହୁଏ

ଯାହାକୁ ଘା' ତାକୁ ଯନ୍ତ୍ରଣା, ଉହୁଁ ଆହାଃ କରି ସହେ ।।

ଅନ୍ ଲାଇନ୍ ଯୋଗୁଁ କେତେ କିଏ

କେଉଁ ପରକାରେ ଅପଦସ୍ତ ହୁଏ

ସେକଥା କଣ ନାହିଁ ତୁମକୁ ଜଣା

ମୋବାଇଲ କିଣା ପାଇଁ କିଏ ଜମି ଦେଲାଣି ତ

କାହାର ପୁଣି ବନ୍ଧକ ପଡ଼ିଲା ଗହଣା

କିଏ ପୁଣି ଏଠି ନେଟ୍ ୱାର୍କ୍ ପାଇଁକା

ଗଛରେ ଗଲାଣି ଚଢ଼ି

କିଏ ତେଣେ ପୁଣି, ଅନ୍ ଲାଇନ୍ ଯୋଗୁଁ

ବିସ୍ଫୋରଣେ ଗଲା ପୋଡ଼ି

ଅନ୍ ଲାଇନ୍ ଧନ୍ଦାରେ ପଡ଼ି, ଅନ୍ ଲାଇନ୍ ଧନ୍ଦାରେ ପଡ଼ି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy