STORYMIRROR

ଭାରତୀ ଲେଙ୍କା

Inspirational Children

4  

ଭାରତୀ ଲେଙ୍କା

Inspirational Children

ଅମୂଲ୍ୟ ସମ୍ପଦ

ଅମୂଲ୍ୟ ସମ୍ପଦ

1 min
349

ମାଆକୁ ପୂଜିଲେ ବାପାକୁ ପାଇବୁ 

       ଏ କଥା ରଖିଥା' ମନ

ମା-ବାପା ପରା ଅମୂଲ୍ୟ ଦରବ 

       ତାଙ୍କ ପଦେ ରଖ ମନ।। 

ଗରଭରେ ରହିି ଯାହାର ଗର୍ଭକୁ 

       କରୁୁଥିଲୁ ପଦାଘାତ 

ଦଶମାସ ଧରିି ଯାତନା ସହି ସେ

        ଡାକୁଥିଲା ଜଗନ୍ନାଥ ।। 

କେତେ କେତେ ରାତି ଉଜାଗର ରହି 

         ପୂଜିଥିଲା କେତେ ଦିଅଁ 

ଦୀପଟିଏ ଜାଳି କରୁଥିଲା ଅଳି

         ସନ୍ତାନଟି ମତେ ଦିଅ।। 

ଜନମ ହୋଇଲୁ ଉଦରୁ ତାହାର

          ପିିିିଇଲୁ ଅମୃତ ଝର 

ହାତ ଧରି ଦେଲା ଚାଲିବା ଶିଖେଇ

          ସେହି ପରା ମାଆ ତୋର।। 

ନ ଥିଲା ମନରେ ଟିିିକେ ଆବିଳତା 

           ନ ଥିଲା ସ୍ନେହରେ ଖାଦ 

ଏଡେ ଅବିିିବେକ ହେଲୁ ତୁ କେମିତି

           ତାକୁ ଦେଉ ପରମାଦ।। 

ମାଆ ଆଖି ଲୁହ ସାମାନ୍ୟ ନୁହଁ

          ଆଜି କାହିଁ ସଦା ଝରେ  

ପିଲା ପାଇଁ ପରା ତା' କଲିିିଜା କାନ୍ଦେ 

          ଶିର ଛିଡିଗଲା ପରେ ।।

କୁମାତା ବୋଲିଣ ଶବ୍ଦଟିଏ ନାହିଁ 

           କୁପୁତ୍ର ଅଛନ୍ତି ଭରି 

ମାଆ ପରା ସିଏ ସବୁବେଳେ ମାଆ

          ସନ୍ତାନ ମଙ୍ଗଳକାରୀ ।।

ହୋଇଥା'ପଛେ ବଡ ଅଫିିିସର 

          ହୋଇଥା'ପଛେ ରଜା

ତା' ଆଶିିଷ ହାତ ଥିଲେ ତୋ ମଥାରେ

          ଉଡିବ ବିଜୟ ଧ୍ୱ୍ଜା ।।

ସେହି ମାଆ ସରଳା, ସେହି ଜନ୍ମଦାତ୍ରୀ 

          ସେହି ତୋ ସକଳ ତୀର୍ଥ 

ମାଆ ସ୍ନେହ ଟିକେ ପାଇବା ପାଇଁ କି

           ବିକଳ ଜଗତ ନାଥ।। 

    

         

         

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational