ମୋ ମନର ଭାବ
ମୋ ମନର ଭାବ
1 min
247
କବିତା ମୋ ପୁଅ, କବିତା ମୋ ଝିଅ
କବିତା ଅଟଇ ମୋ ମନର ସ୍ନେହ
କବିତା ପ୍ରକାଶେ ମୋ ମନର ଭାବ
କବିତାଟି ଅଟେ ମୋହର ସର୍ବସ୍ୱ।
କବିତା ଅଟଇ ମୋ ପରଶମଣି
ତା'ର ପାଇଁ ମୋ'ର ପରିଚୟ ପୁଣି
କବିତା ଅଟଇ ମୋ ମନର ବୀଜ
ଲେଖନୀ ମୁନରେ କରଇ ମୁଁ ସଜ ।
ଜୀବ ଥିବା ଯାଏଁ ସେ ବୀଜ ବୁଣିବି
ମନର ଭାବରେ ମୁଁ ସଜାଉ ଥିବି
ସଜ କରି କରି କବିତାକୁ ମୋର
ଦିନେ ସଜ ହୋଇ ଯିବି ସ୍ୱର୍ଗଦ୍ୱାର।
ହେଲେ ମୋ କବିତା ରହିବ ବଞ୍ଚି
ଜନ ହୃଦେ ଦେବ ଆନନ୍ଦ ବିଞ୍ଚି
କବିତା ଦେଇଛି ଅନେକ ତାଳି
କବିତା ଅଟଇ ମୋ ଗଳାମାଳି
ଜଗତର ନାଥ ଯଦୁନନ୍ଦନ
ପ୍ରାଣ ଥିିବା ଯାଏ କରେ ଲିଖନ ।
ଶିିିିଥିଳ ହୋଇଲେ ମୋହର ହସ୍ତ
ଦରଶନ ଦେବ ହେ ଜଗନ୍ନାଥ।
ସେହି ମୋର ପୁଣ୍ୟ, ସେତିକି ମୋ କାମ୍ୟ
ସିିିିଦ୍ଧ ବଳଦେବ,ଜୟ ଜଗନ୍ନାଥ
ଜୟ ମାଆ ବାୟାଣୀ ଚରଣେ ନମୋଃ।
