Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

4.0  

PRABHAS KUMAR MOHAPATRA

Inspirational

ଅମର ପ୍ରେମ

ଅମର ପ୍ରେମ

1 min
178



ଦିହ ଭାବ ପାଶେ ନଥାଏ ପ୍ରେମ ଯେ

ସତ୍ୟ ପ୍ରେମ ସୁନ୍ଦର

ସତ୍ୟ ପ୍ରେମ ସଦା ଶାଶ୍ୱତ ଅମର

ଯାଉ ପଛେ ଯେତେ ଦୂର l


ଦିହ ପ୍ରେମ ସେତ ଦୁଇ ଦିନ ପାଇଁ

ଅମର ହୃଦୟ ପ୍ରେମ

ରାଧା କୃଷ୍ଣ ପ୍ରେମ ଆଜିବି ଅମର

ରହିଛି ତାଙ୍କରି ନାମ l


ବିଦେହ ପ୍ରେମର ମୃତ୍ୟୁ ନାହିଁ କେବେ

ଅମର ସର୍ବଦା ସେହି

ଦୂରେ ଥାଉ ପାଶେ ଅବା ଦୂର ଦେଶେ

ଜୀବିତ ରୁହେତ ସେହି l


ପାରେନା ହୃଦୟୁ କେହି କାଢି ତାକୁ

ନ ନିଏ କେହି ଛଡ଼େଇ

ହୃଦୟ ମନ୍ଦିରେ ରହି ଥାଏ ସଦା 

ସାକ୍ଷାତ ଦେବୀଟେ ହୋଇ l


Rate this content
Log in

Similar oriya poem from Inspirational