Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy

4  

KRUTIBAS NAYAK

Comedy

ଅମାନିଆଁ ମୁହିଁ

ଅମାନିଆଁ ମୁହିଁ

1 min
224


ଅମାନିଆଁ ମୁହିଁ ମାନେନା ନିୟମ ଖାଇଲେ ଖାଇବି ମାଡ଼,

ଗରମ ରକତ ବହୁଛି ଦେହରେ ହଜମି କରେ ମୁଁ ହାଡ଼ |


ବୁଝିବିନି କିଛି ଯେତେ ବୁଝେଇଲେ ଶୁଣିବିନି କାହା କଥା,

ଉଚ୍ଚସ୍ଵରେ କଟୁକଥା କହିଜାଣେ ପାଇଲେ ପାଉ କେ ବ୍ୟଥା |


କାହାକୁ ଡରେନା ଡରେଇ ପାରେ ମୁଁ ଛାଡ଼ିଦେଇ ଲାଜ ଭୟ,

ମାନ ମହତକୁ ବାଜେକଥା କହି ହିଂସାରେ କରେ ମୁଁ ଜୟ |


ବାଳକୁ କାଟିଛି ସେଲୁନକୁ ଯାଇ ମାଲିସ ପାଲିସ କରି,

ରକେଟ ସମାନ ବାଇକ ଉଡ଼ାଏ ଯୁବତୀ ସାଙ୍ଗରେ ଧରି |


ଛିଣ୍ଡା କପଡ଼ାର ପ୍ୟାଣ୍ଟ ପିନ୍ଧୁଛି ଷ୍ଟାଇଲ ମାରୁଛି ବୁଲି,

କଳାଚୂଟିକୁ ମୁଁ ରଙ୍ଗ ଲଗାଉଛି କେବେ ଧଳା କେବେ ନାଲି |


ରାତିସାରା ମୁହିଁ ଅନିଦ୍ରା ରହୁଛି ଦିନସାରା ଶୋଇରହେ,

ସ୍ଵାଧୀନ ଜୀବନ ନେଇ ବିଚରଣ କରି ଦାମୀଚିଜ ପିଏ |


ସତ୍ୟ-ନ୍ୟାୟକଥା କାନରେ ପଶେନା ଯୁକ୍ତି-ତର୍କ କରିପାରେ,

ଟଙ୍କା ଫୋପାଡ଼ିଲେ ବମ୍ବେ ହିରୋଇନ ଆସି ମୋତେ ଗେଲ କରେ |


ପରମ୍ପରା କହି ଧରି ବସୁ କିଏ ମୋ ଇଚ୍ଛାରେ କରେକାମ,

ଅନ୍ଧବିଶ୍ଵାସ ସେ ପୂଜା-ପାଠ ଧର୍ମ ଜାଣେନା ମୁଁ ଈଷ୍ଟନାମ |


ମୋ ଠାରୁ କେ କିଛି ଆଶା କରିବନି ସୁଖରେ କାଟିବି ଦିନ,

ପାଇଛି ସୁଯୋଗ ସୁବିଧା ସ୍ଵାଧୀନ ବଳେ ଆସୁଥିବ ଧନ |


ନିଜଦୋଷ କେବେ ଧରେନାହିଁ ମୁହିଁ ପରଦୋଷ ଖୋଜୁଥାଏ,

ଦେଇଥିବା କଥା ସବୁ ଭୁଲିଯାଇ କୌଶଳେ ଖସିଯାଏ |


ବଟି ଦିଆନିଆ ଶିଖି ଯାଇଛି ମୁଁ ଲୁହାଦେଖି ପାଣିଦିଏ,

ଯେତେ ସୁଖ ଅଛି ଭୋଗ କରୁଥିବି ଏ’ ଜୀବନ ଥିବାଯାଏ |


Rate this content
Log in

Similar oriya poem from Comedy