Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nalini Subudhi

Tragedy

3  

Nalini Subudhi

Tragedy

ଅକୁହା କଥା

ଅକୁହା କଥା

1 min
184



ମନ ପାରାବାରୁ ସ୍ମୃତିର ଲହରୀ 

ଭାଷିଆସେ ଚଳଚ୍ଚିତ୍ର । 

ସେ ଢେଉ ମଧ୍ଯରୁ ଝଲସି ଦିସୁଛି

ସ୍ମୃତି ଜଡିତ ଅତିତ  । 


ଦୁଃଖର ଲହରୀ ଆସେ ଅସୁମାରି

ମନ ବେଳାଭୂମି ପରେ  । 

କାହାକୁ କହିବି ଅନ୍ତର ବେଦନା

ଅମାନିଆ ଅଶ୍ରୁ ଝରେ । 


କହିବି କାହାକୁ ଶୁଣିବ ବା,କିଏ

ହୃଦୟର ବ୍ଯାକୁଳତା । 

ମୁଖେ ହସ୍ତ ଦେଇ ହସିବେ ସମସ୍ତେ

ଲାଜେ ନଇଁଯିବ ମଥା  । 


ମୋ ମନର କଥା ମୋ ଅନ୍ତର ବ୍ଯଥା

ଝରି ପଡୁଅଛି ଆଜି  । 

କବିତାର ଛନ୍ଦେ ମନର ଅଳିନ୍ଦେ

ଭାଷିଆସେ ଗୀତ ସାଜି । 


କେତେ ଯତନରେ ମନ ବଗିଚ଼ାରେ

ଫୁଟିଥିଲା ସ୍ମୃତି ଫୁଲ । 

ଫୁଲ ଜଦି କଲା ଗଛକୁ ଦଂଶନ

କିଏ ଦେବ ତାର ମୂଲ ।


ମନର ବେଦନା ମନରେ ମରିଛି

ଲୁହ ଝରେ ଅବିରତ । 

ସୁଖିଲା କ୍ଷତକୁ ଖଣ୍ଡିଆ କରିଲେ

ଝରି ପଡିବ ରକତ । 


ସମୟ ସ୍ରୋତରେ ଭାଷି ତ,ଗଲାଣି

ବେଦନା ସିକ୍ତ ଅତୀତ  । 

ପଛ କଥା ଆଉ ଭାବିଲେ କି, ହେବ

ବହୁଛି ଉଜାଣି ସ୍ରୋତ  । 



Rate this content
Log in

Similar oriya poem from Tragedy