Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ପ୍ରେମ ବଟକରା

ପ୍ରେମ ବଟକରା

1 min
148



ମୁଁ ମାଗିଥିଲି 

ପାପୁଲିଏ ସ୍ନେହ ଆବେଶ

ଆଞ୍ଜୁଳାଏ ହସ ଫୁଲରେ ଫୁଲେଇ

ଆଳୁଳାୟିତ କୁନ୍ତଳାରେ ଗୁଡେଇ

ମୁରୁକିତ ମହକିତ ସହବାସ ।


ମାତ୍ର ବଦଳରେ ମିଳିଲା 

କୁହୁଳା ଦୀର୍ଘଶ୍ଵାସର ତତଲା ପ୍ରତାରଣା

ଅଧାଜଳା ସ୍ମୃତି ବିଜଡିତ ବିନିଦ୍ର ଗଞ୍ଜଣା 

ଦରପୋଡା ସିଗାରେଟ୍ କେଇଖଣ୍ଡ ଟଣା ।


ମୁଁ ଯାଚିଥିଲି

ନିସର୍ତ୍ତ ଭଲ ପାଇବାର ସନ୍ତକ ନାକଫୁଲ

ଶୁଆ ଥଣ୍ଟିଆ ନାକ ଶୃଙ୍ଗରେ ସୁବର୍ଣ୍ଣ ଝଲମଲ

ଗଣ୍ଡ ଗହ୍ଵର ସମୀପେ ପ୍ରତିବିମ୍ବ ଗୁଣାଗେଲ


ମାତ୍ର ପ୍ରତିଦାନେ ମିଳିଲା

ପାଣିଗ୍ରହଣ ଦୂର ବିଦେଶେ ଦୁବାଇ ଦେଶେ

ଅର୍ଥ ପିପାସୁ ଅପରିଚିତର ଅଙ୍କ ପ୍ରଦେଶେ

ଫୋନ ଲକ୍ ଫେସବୁକ୍ ଡିଲିଟ୍ ରାଗଦ୍ଵେଶେ


ଦୁଃଖ ହେଲା ଏହି ଯେ

ସ୍ବପ୍ନ ବି ଅଧୁରା

ନିଦ ବି ହେଉନି ପୁରା

ଅଧା ଅଧୁରା ରହିଗଲା

ପ୍ରଥମ ପ୍ରେମର ବଟକରା ।


Rate this content
Log in