Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chaitanya Bag

Inspirational Others

3  

Chaitanya Bag

Inspirational Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
292


ପୁଣ୍ୟ ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ଅଟଇ ତୃତୀୟା ତିଥି,

ପୁର ପଲ୍ଲୀ ରେ ଜାଗୃତ ହୁଏ ଅକ୍ଷୟ ତୃତୀୟା ଦିବସ ଟି |


କେତେ ପୁଣ୍ୟ କାର୍ଯ୍ୟ ହୋଇଥିଲା ସଭିଙ୍କୁ ଉଣା ଅଧିକେ ଜଣା,

ତ୍ରେତୟା ଯୁଗରୁ ଦ୍ୱାପର ମଧ୍ୟରେ ଅକଳନ ତାହାର ମହିମା |


ସତ୍ୟ ଯୁଗର ଶୁଭାରମ୍ବେ ହସିଥିଲା ତ୍ରିଭୁବନ,

ଷଷ୍ଠ ଅବତାରେ ପର୍ଶୁରାମ ଜନ୍ମି ଥିଲେ ଏହି ଦିନ |


ଦୁଖୀ ସୁଦାମାର ପଦରଜକୁ ଅଶ୍ରୁରେ ଧୋଇଲେ ଚକାନୟନ,

ଯୁଗ ଯୁଗର ପ୍ରତୀକ୍ଷା ଅନ୍ତରେ କୃଷ୍ଣ ସୁଦାମାକୁ କଳେ ଆଲିଙ୍ଗନ


ଧର୍ମ ର ଯୁଦ୍ଧ ମହାଭାରତ ରେ ଅଧର୍ମ ର ହୋଇଥିଲା ବିନାଶ,

ଭାଗିରଥି କରମଣ୍ଡଳ ରେ ଗଙ୍ଗା ସୃତ୍ଵରୀ ଙ୍କ ରୂପ ବିଶେଷ |


କଲଠାକୁର ଙ୍କ ଚନ୍ଦନ ଯାତ୍ରା ରଥ ପାଇଁ କାଠ ଅନୁକୂଳ,

ଭକ୍ତ ପ୍ରଫୁଲଳିତ ହୋଇ ଦିଏ ଅର୍ଘ୍ୟ, ଚନ୍ଦନ, ଫୁଲ |


ବଦ୍ରିନାରାୟଣ ଙ୍କ ଦ୍ୱାର ହୁଅଇ ଖୋଲା

ଶ୍ରୀ ଠାକୁରଙ୍କ ଏହି ଅସରନ୍ତି ଲୀଳା,

ଚାଷୀ ଭାଇ ଆଜି ହୋଇକି ଖୁସି

ବିଲରେ ବିହନ ବୁଣେ ସାଇଥି |


ଶୁଭ କାର୍ଯ୍ୟ ଆରମ୍ଭ ପାଇଁ ଅନେକ ମହତ ରହିଛି ଆଜି,

କ୍ଷୟ ହୁଏ ନାହିଁ ବୋଲି ଆଜି ଅକ୍ଷୟ ତୃତୀୟା ନାମ ତାହାଟି |


Rate this content
Log in