ଆହେ ଜଗନ୍ନାଥ
ନାହିଁ ଗୋଡ ନାହିଁ ହାତ,
ତଥାପି ତୋହର ଆଗରେ ପଛରେ
ଶହ ଶହ ସେବାୟତ |
କଳା ମୁଁହ କଳା ବଦନ,
ସେ କଳା ମୁଖକୁ ଦେଖିବା ପାଇଁକି
ମଣିଷ ଦେଖେ ସପନ |
ଦାଣ୍ଡ ତୋର ବଡ, ବଡ ତୋ ଦେଉଳ,
ତୋତେ ପରା ଟିକେ ଦେଖିବା ପାଇଁକି
ସେ ଦଣ୍ଡେ ଭକତ ଡହଳ ବିକଳ |
କଥାରେ ତ ଅଛି ମନ ଯଦି ଗଙ୍ଗା
ଗାଡ଼ିଆ ତୋହର ଗଙ୍ଗାଜଳ,
ତଥାପି ତୋ ଦ୍ୱାରେ
ଭକତ ଭିଡରେ
ଶୁଭୁଥାଏ କିଆଁ କୋଳାହଳ |
କି ମାୟା ରଚୁଛୁ, ମୋହ ଲଗାଉଛୁ,
ସଭିଙ୍କୁ କରୁଛୁ ବାଇଆ,
ଗୃହ ପରିତ୍ୟାଗି
ପ୍ରକୃତିକୁ ଭେଦି
ଭେଟନ୍ତି ତୋତେରେ କାଳିଆ |
ଯାଦୁ କି ରଖିଛୁ ତୋର ନୟନରେ
ଖିଲି ଖିଲି ନାଲି ହସରେ,
ବିମୋହିତ ହୋନ୍ତି କିବା ନର ନାରୀ
ସର୍ବେ ଭୁଲନ୍ତି ନିଜ ମତିରେ |
ବଡ ଠାକୁର ତୁ ସର୍ବବ୍ୟାପୀ ସ୍ଵାମୀ
ଅପାର ତୋହର ମହିମା,
ତୋର କରୁଣା ରେ
ଲୋକଙ୍କ ମନରୁ
ଅପସରୁ ସବୁ ବେଦନା |
ଖଣ୍ଡିଆ ହାତରେ
ବୁଲାଇ ଦେ ରେ
ଖଡ଼ଗକୁ ଚଉଦିଗ,
ଭେଦ କରିଯାଉ
ସର୍ବଦା ପାପ ସୀମା
ଉଦ୍ଧରି ଯାଉ ଏ ଜୀବନ |