STORYMIRROR

SASMITA SAHOO

Others

3  

SASMITA SAHOO

Others

ହେ ସାଇ

ହେ ସାଇ

1 min
315


ନାସ୍ତିବାଦୀଙ୍କ ଚକ୍ଷୁରେ ତୁମେ ଭିତ୍ତିହୀନ..

ତୁମର ସ୍ଥିତିରେ ସୃଷ୍ଟି କରନ୍ତି ସେ ପ୍ରଶ୍ନ ବାଚୀ,

ମୁକ୍ତି ଦ୍ୱାରାକୁ ତୁଷାର୍ତ୍ତ ଭାବେ ଖୋଜି ଖୋଜି ମେରୁ ଦଣ୍ଡ ବକ୍ର ହେବ ପଛେ

ତୁମର ଅସ୍ଥିତ୍ୱକୁ ସେମାନେ କଣ ବୁଝିବେ?

ମୁଁ କିନ୍ତୁ ଠିକ ଜାଣିଛି

ତୁମେ ଅଛ....

ହଁ, ତୁମେ ସେହି କୁନି କୁନି ଶିଶୁଙ୍କ ହସରେ ଅଛ,

ଢଳ ଢଳ ଗୋଲାପର ପାଖୁଡାରେ ଅଛ ।

ସୁଲୁ ସୁଲୁ ବାଆର ପରଶରେ ତୁମେ,

ଗୁଣୁ ଗୁଣୁ ଭଅଁରର ହୃଦୟରେ ତୁମେ,

ଭୋକିଲା ପେଟର ଅନ୍ତଃ ସ୍ୱରେ ତୁମେ,

ଶୁଖିଲା ପତ୍ରର ଶିରା ପ୍ରଶିରାରେ ତୁମେ,

ମେଘୁଆ ରାତିର ସେ ଘନ ଅନ୍ଧାରରେ

ନୀରବ ଯାମିନୀର ବହଳ ନୀରବତାରେ,

ଭରସାର ସେ ଶକ୍ତ ଦଉଡିର ପ୍ରତିଟି ଗଣ୍ଠିରେ ଦେଖେ ତୁମ ସତ୍ତା,

ବିଶ୍ୱାସ ଡ଼ଙ୍ଗା ମୋ ଟଳ ମଳ ବେଳେ ଅଦୃଶ୍ୟ ହାତ ବଢ଼ାଇଛ ହେ ସ୍ରଷ୍ଟା ।

ତୁମ ଆଶିଷ, ସ୍ନେହ, ମମତାରେ

ବନ୍ଧା ଏ ଛୋଟିଆ ଜୀବନ,

ତୁମେ ଅଛ ବୋଲି ପରା ତୃପ୍ତ ଏ ମନ ।

ଢାଳି ଦିଅ ଢାଳି ଦିଅ

କରୁଣା ସାଗର ଗୋ

ଆହେ ସାଇନାଥ,

ଧୋଇ ଯାଉ ପାପ ତାପ

ଏ ଶରୀରୁ ମୋର

ମିଳେଇ ଯାଉ ସର୍ବ ସନ୍ତାପ ।

-ସସ୍ମିତା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SASMITA SAHOO

ହେ ସାଇ

ହେ ସାଇ

1 min ପଢ଼ନ୍ତୁ

ahe jagannath...

ahe jagannath...

1 min ପଢ଼ନ୍ତୁ