Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Inspirational Children

3  

Rama chandra Pradhan

Inspirational Children

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
131


ଅସରନ୍ତି ଖୁସି ଆନନ୍ଦ ନେଇ

ଅଗଷ୍ଟ ପନ୍ଦର ଆସିଛି ଧାଇଁ l

ଛାତିରେ ସାଇତି ଅମାପ ଗର୍ବ

ଆସ ପାଳିବା ଏ ସ୍ୱାଧୀନ ପର୍ବ l

ଭୁଲିବାନି କେବେ ଏଇ ଦିବସ

ପାଳୁଥିବା ନିଶ୍ଚେ ସବୁ ବରଷ l

ହାତରେ ଧରି କି' ମୁକ୍ତି ମଶାଲ

ବଜାଇବା ଆସ ଡ୍ରମ୍ ବିଗୁଲ l

ଦେଶ ପାଇଁ ସାଜି ବାନର ସେନା

ଉଡ଼େଇ ଦେବାରେ ତ୍ରିରଙ୍ଗା ବାନା l

ସହିଦଙ୍କ ନାମ ସ୍ମରଣ କରି

କରିବାରେ ଆସ ପ୍ରଭାତ ଫେରି l

ଆମ ହାତେ ରଖି ଦେଶ ଶାସନ

ଜନ-ଗଣ-ମନ କରିବା ଗାନ l

ବନ୍ଦେ ମାତାରାମ୍ ସ୍ଲୋଗାନ ଦେଇ

ସତ୍ କର୍ମେ ଦେବା ମନ ଲଗାଇ l

ଗରିବଙ୍କ ଓଠେ ଖେଳାଇ ହସ

ମିଳିମିଶି ଆମେ ଗଢ଼ିବା ଦେଶ l

ଆସ ପିଲେ ଆଜି ଶପଥ ନେବା

ଗାନ୍ଧୀଙ୍କ ସ୍ବପ୍ନକୁ ପୁରା କରିବା l


Rate this content
Log in

Similar oriya poem from Inspirational