STORYMIRROR

Bhabani SM

Romance

4  

Bhabani SM

Romance

** ଅଧୂରା ପ୍ରେମ **

** ଅଧୂରା ପ୍ରେମ **

1 min
6



**  ଅଧୂରା ପ୍ରେମ **


ସେ ଦିନର ସେହି କଲେଜର ପ୍ରଥମ ଦେଖା।

ତାର ସେଇ ସରଳ ହସ ,ଶାନ୍ତ ଆଖି ଦେଖି ମନଟା ମୋର ତା ପାଖରେ ରହିଗଲା।


ଧୀରେ ଧୀରେ କଥା ଆରମ୍ଭ ହେଲା।

ମେସେଜ୍ ,କଲ୍ ଆଉ ଛୋଟ ଛୋଟ ଝଗଡ଼ା ।

ସେହି ଝଗଡ଼ା ମଧ୍ୟ ମନେ ଲାଗୁଥିଲା ପ୍ରେମର ଏକ ଭାଗ।


ଆମେ ଭାବୁଥିଲୁ…

ଏହି ସମ୍ପର୍କ ସାରା ଜୀବନ ଚାଲିବ।

କିନ୍ତୁ ଦିନକୁ ଦିନ ତା ମେସେଜ୍  ଆସିବା କମିଗଲା…

କଲ୍ ଆସିବା ବନ୍ଦ ହେଲା…

ଆଉ ମୋ ପ୍ରଶ୍ନର ଉତ୍ତର ହେଲା “ବ୍ୟସ୍ତ ଅଛି”।


ଆଉ କିଛି ଦିନ ପରେ ଦିନେ ସେ କହିଲେ—

“ଆମର ସମ୍ପର୍କ ଆଉ ଚାଲିବ ନାହିଁ।”


ସେହି ଗୋଟିଏ ବାକ୍ୟ ମୋ ସବୁ ସ୍ୱପ୍ନକୁ ଭାଙ୍ଗିଦେଲା।

ଆଜି ମଧ୍ୟ ତା କଥାକୁ ଭାବିଲେ ତା ସ୍ମୃତି ମୋ ମନକୁ ଛୁଇଁଯାଏ।


ସେ ଆଜି ମୋ ଠାରୁ ବହୁତ ଦୂର ଚାଲିଯାଉଛି…

କିନ୍ତୁ ତା ସ୍ମୃତି ଆଜି ମଧ୍ୟ ମୋ ସହିତ ରହିଛି।


ସତ ପ୍ରେମ ସବୁବେଳେ ମିଳେନି…

କେବେ କେବେ ସେହି ପ୍ରେମ

କେବଳ ଗୋଟିଏ ସୁନ୍ଦର ସ୍ମୃତି ହୋଇ ରହିଯାଏ। 💔


---



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance